କ୍ୟାପିଟାଲ ଥାନା ଆଇଆଇସିଙ୍କୁ ହଟାଇବା ଦାବି: ସିପିଙ୍କୁ ଭେଟିଲା ଛାତ୍ର କଂଗ୍ରେସ

ଭୁବନେଶ୍ବର: କ୍ୟାପିଟାଲ ଥାନା ଆଇଆଇସି ଗିରିଜା ଚକ୍ରବର୍ତ୍ତୀଙ୍କ ବିରୋଧରେ ଗତକାଲି ଗର୍ଜନ କରିବା ପରେ ଆଜି ଛାତ୍ର କଂଗ୍ରେସ ପ୍ରତିନିଧି ଦଳ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଭେଟି ଦାବିପତ୍ର ଦେଇଛି। ଛାତ୍ର କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି ଯେ କ୍ୟାପିଟାଲ ଥାନା ଅଞ୍ଚଳରେ ଅପରାଧ ବଢ଼ି ଚାଲିଛି। ଯାହାକୁ ରୋକିବାରେ ଶ୍ରୀ ଚକ୍ରବର୍ତ୍ତୀ ଫେଲ୍ ମାରିଛନ୍ତି। ସେହିପରି ବଦଳି ସତ୍ତ୍ବେ ମଧ୍ୟ ସେ ଥାନା ଛାଡ଼ୁ ନାହାନ୍ତି। ଗତକାଲି ଗିରଫ ହୋଇଥିବା ନିହାର ବେହେରାଙ୍କର କୌଣସି ଗଣ୍ଡଗୋଳରେ ସମ୍ପୃକ୍ତି ନାହିଁ। ତାଙ୍କୁ ମିଥ୍ୟା ମାମଲାରେ ଗିରଫ କରାଯାଇଛି। ତେଣୁ ଆଇଆଇସି ଶ୍ରୀ ଚକ୍ରବର୍ତ୍ତୀଙ୍କୁ ସେଠାରୁ ହଟାଯାଉ ବୋଲି ସେମାନେ ଦାବି କରିଛନ୍ତି। ଛାତ୍ର କଂଗ୍ରେସ ସଭାପତି ୟାସିର ନଵାଜ, ପିସିସି ସାଧାରଣ ସମ୍ପାଦକ ରଜତ ଚୌଧୁରୀ ପ୍ରମୁଖ ପୁଲିସ କମିସନରଙ୍କୁ ଭେଟିଥିଲେ।

ସମ୍ବନ୍ଧିତ ଖବର