ଘରେ ପିଟି ହେଲା କାର୍‌, ୩ ଗୁରୁତର

ବାଲିଅନ୍ତା: ଭୁବନେଶ୍ବର-ବନମାଳୀପୁର ମୁଖ୍ୟ ରାସ୍ତାର ବୁଦ୍ଧିପଡ଼ା ଛକଠାରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୩ଜଣ ଗୁରୁତର ଆହତ ହୋଇଛନ୍ତି। ଗତ ରାତି ପ୍ରାୟ ସାଢ଼େ ୧୨ଟା ବେଳେ ଏକ ଦ୍ରୁତଗାମୀ କାର୍‌ ନିୟନ୍ତ୍ରଣ ହରାଇ ରାସ୍ତା ପାର୍ଶ୍ବରେ ଥିବା ଆଜବେଷ୍ଟସ୍‌ ଘରେ ପିଟି ହୋଇଯିବାରୁ ଏହି ଅଘଟଣ ଘଟିଥିଲା। ଏଥିରେ କାର୍‌ ଚାଳକଙ୍କ ସମେତ ୩ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ, ବାଲିପାଟଣା ଥାନା ଅଧୀନ ଅଠାନ୍ତର ଗ୍ରାମ ମହାନ୍ତି ସାହିର କାର୍‌ ଚାଳକ ସ୍ବଦେଶ ବେହେରା (୨୮), ଦୀପ୍ତି ପ୍ରସାଦ ଦାଶ(୨୫) ଓ ବଦ୍ରି ପ୍ରସାଦ ଦାଶ (୩୫)। କାର୍‌ ଧକ୍କାରେ ଆଜବେଷ୍ଟସ ଘର ସାମ୍ନା ପଟ କାନ୍ଥ ପୂରାପୂରି ଭାଙ୍ଗି ଯାଇଛି। କିନ୍ତୁ ସୌଭାଗ୍ୟବଶତଃ ଦୁର୍ଘଟଣାରେ ଘର ଭିତରେ କେହି ନଥିଲେ। ବାଳକାଟି ଫାଣ୍ଡି ପୁଲିସ ଦୁର୍ଘଟଣାଗ୍ରସ୍ତ କାର୍‌କୁ ଜବତ କରି ତଦନ୍ତ ଚଳାଇଛି। ଗତ ରାତିରେ ଦୀପ୍ତି ଓ ବଦ୍ରି କାର୍‌ରେ କ୍ୟାପିଟାଲ ହସ୍ପିଟାଲ ଅଭିମୁଖେ ଯାଉଥିଲେ। ସ୍ବଦେଶ କାର୍‌ ଚଲାଉଥିଲେ। ବୁଦ୍ଧିପଡ଼ା ଛକ ନିକଟରେ କାର୍‌ଟି ଭାରସାମ୍ୟ ହରାଇ ଉକ୍ତ ଘରେ ପିଟି ହୋଇଯାଇଥିଲା। ଫଳରେ ୩ ଜଣଯାକ କାର ଭିତରେ ଚାପି ହୋଇ ଗୁରୁତର ହୋଇପଡ଼ିଥିଲେ। ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ପରେ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

ସମ୍ବନ୍ଧିତ ଖବର