ଭୁବନେଶ୍ବର: ଦୁଇ କାର ମଧ୍ୟରେ ଧକ୍କା ହେବାରୁ ୩ଜଣ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ସହିଦନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଚଳାଇଛି। ସୂଚନା ମୁତାବକ, ଆଜି ରାତି ପ୍ରାୟ ସାଢ଼େ ୧୧ଟା ବେଳେ ଏକ କାର୍ ରାଜଭବନ ଛକ ଦିଗରୁ ଜୟଦେବ ବିହାର ଆଡ଼କୁ ଆସୁଥିଲା। ରିଜର୍ଭ ପୁଲିସ ଗ୍ରାଉଣ୍ଡ ନିକଟ ରାସ୍ତା କଟ୍ରେ ଗାଡ଼ିଟି ବୁଲୁଥିବା ବେଳେ ନନ୍ଦନକାନନ ପଟୁ ଆସୁଥିବା ଏକ ସ୍କର୍ପିଓ ପଛରୁ କାର୍କୁ ଧକ୍କା ଦେଇଥିଲା। ଫଳରେ କାର୍ଟି ଡିଭାଇଡର ଉପରେ ଚଢ଼ିଯିବା ସହ ଷ୍ଟ୍ରିଟ ଲାଇଟ୍ରେ ମାଡ଼ ହୋଇ ଅଟକିଥିଲା। କାର୍ରେ ଥିବା ଡ୍ରାଇଭର ଓ ଅନ୍ୟଜଣେ ଗୁରୁତର ହୋଇଥିବା ବେଳେ ସ୍କର୍ପିଓ ଡ୍ରାଇଭର ଆହତ ହୋଇଛନ୍ତି।
ରାଜଭବନ ଛକ ନିକଟରେରେ ଦୁଇ କାର୍ ଧକ୍କା, ୩ ଗୁରୁତର
/sambad/media/post_attachments/wp-content/uploads/2019/12/5s456sf4h56sf4hsf564hsf56h4sh4sf56h4.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)