ଚନ୍ଦ୍ରଶେଖରପୁର: ଆଜି ପୂର୍ବାହ୍ନ ପ୍ରାୟ ୧୦ଟା ବେଳେ ଚନ୍ଦ୍ରଶେଖରପୁର ଶୈଳଶ୍ରୀବିହାର ମଙ୍ଗଳା ଛକରେ ଏକ ନମ୍ବର ନଥିବା କାର୍ ନିୟନ୍ତ୍ରଣ ହରାଇ ଫୁଟପାଥ୍ ଉପରେ ଚଢ଼ିଯିବାରୁ ୩ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ପଣ୍ଡାପାର୍କ ବସ୍ତିର ସୁକାନ୍ତ ନାୟକ, ରିକ୍ସା କଲୋନିର ବାବୁଲି ନାୟକ ଓ ସୀତାନାଥ ବସ୍ତିର ଶଙ୍କର ଖଉଡ଼ା। ଦୁର୍ଘଟଣା ପ୍ରତିବାଦରେ ସ୍ଥାନୀୟ ଲୋକମାନେ ଶ୍ରୖଳଶ୍ରୀବିହାର ମୁଖ୍ୟ ରାସ୍ତା ଅବରୋଧ କରିଥିଲେ। ସୂଚନା ଅନୁଯାୟୀ ସେହି ଅଞ୍ଚଳର ଯୁବକ ସୁରେନ୍ଦ୍ର କୁମାର ଆଲୁ ଏକ ନୂଆ କାର୍ ଚଳାଉଥିବା ବେଳେ ନିୟନ୍ତ୍ରଣ ହରାଇ ଫୁଟପାଥ୍ରେ ବସିଥିବା ଶ୍ରମିକମାନଙ୍କ ଉପରେ ଚଢ଼ାଇ ଦେଇଥିଲେ। ଏଥିରେ ବାବୁଲି ନାମକ ଶ୍ରମିକ ଅଚେତ ହୋଇଯାଇଥିଲେ। ପିସିଆର୍ ପୁଲିସ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ବେସରକାରୀ ହସ୍ପିଟାଲ୍ରେ ଭର୍ତି କରିଥିଲା। ଅପରପକ୍ଷରେ ପୁଲିସ୍ କାର୍କୁ ଜବତ କରିବା ସହିତ ସୁରେନ୍ଦ୍ରକୁ ଅଟକ ରଖିଛି। ଦୁର୍ଘଟଣା ପ୍ରତିବାଦରେ ପ୍ରାୟ ୨ଘଣ୍ଟା ଧରି ମହର୍ଷି କଲେଜ ଛକ ରାସ୍ତାକୁ ଅବରୋଧ କରିଥିବା ବେଳେ ଚନ୍ଦ୍ରଶେଖରପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲା।
କାର୍ ଧକ୍କାରେ ୩ ଶ୍ରମିକ ଗୁରୁତର, ପ୍ରତିବାଦରେ ରାସ୍ତାରୋକ
/sambad/media/post_attachments/wp-content/uploads/2019/05/accident-aa.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)