ବାଲିଅନ୍ତା: ପୁରୁଣା ଜଗନ୍ନାଥ ପୂର୍ତ୍ତ ବିଭାଗ ରାସ୍ତାର ଟଙ୍କପାଣି ବ୍ରିଜ୍ ନିକଟରେ ବୁଧବାର ରାତି ପ୍ରାୟ ସାଢ଼େ ୧୨ଟା ସମୟରେ ଭୁବନେଶ୍ୱର ଅଭିମୁଖେ ଦ୍ରୁତବେଗରେ ଯାଉଥିବା ଏକ କାର ହଠାତ୍ ଭାରସାମ୍ୟ ହରାଇ ଟଙ୍କପାଣି ନଦୀବନ୍ଧ ଉପରୁ ପ୍ରାୟ ୩୦ ଫୁଟ୍ ତଳକୁ ଖସିପଡ଼ିଥିଲା। ଫଳରେ କାର ଭିତରେ ଚାପି ହୋଇ ଚାଳକଙ୍କ ସମେତ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକମାନେ ସମସ୍ତଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସରେ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲେ। ତେବେ ଆହତମାନଙ୍କ ପରିଚୟ ଓ ଠିକଣା ଜଣାପଡ଼ିନି।
୩୦ ଫୁଟ୍ ତଳକୁ ଖସିପଡ଼ିଲା କାର, ୪ ଆହତ
/sambad/media/post_attachments/wp-content/uploads/2018/06/balianta-accident.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)