କାର୍‌କୁ ପିଟିଲା ବୋଲେରୋ, ଛାତ୍ରୀ ଗୁରୁତର

ଧଉଳି: ଭୁବନେଶ୍ୱର -ପୁରୀ ଜାତୀୟ ରାଜପଥର ଧଉଳି ଥାନା ଅନ୍ତର୍ଗତ ନୂଆଗାଁ ସ୍ଥିତ ଏକ ଘରୋଇ ସ୍କୁଲ ନିକଟରେ ଏକ କାର୍‌କୁ ପଛରୁ ଆଉ ଏକ ବୋଲେରୋ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଏହି ସ୍କୁଲର ନବମ ଶ୍ରେଣୀର ଜଣେ ଛାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଏହାକୁ ନେଇ ସେଠାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଅଭିଭାବକମାନେ ଏନେଇ ସ୍କୁଲ କର୍ତୃପକ୍ଷଙ୍କୁ ଦାୟୀ କରି ଭୀଷଣ ହୋହଲ୍ଲା କରିବା ସହିତ ଆହତ ଛାତ୍ରୀଙ୍କୁ ତୁରନ୍ତ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲେ। ପରେ ଏହି ଦୁର୍ଘଟଣା ଖବର ପାଇ ଧଉଳି ଥାନା ପୁଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଦୁଇଟିକୁ ଜବତ କରିଥିଲା।

ସମ୍ବନ୍ଧିତ ଖବର