କାର୍‌ ଧକ୍କାରେ ନବ ଦମ୍ପତି ଗୁରୁତର

ବାଲିଅନ୍ତା: ଆଜି ସକାଳେ ବାଲିଅନ୍ତା ଥାନା ଅଧୀନ ଜୟଦେବ-ଫିରିଫିରା ପୂର୍ତ୍ତ ବିଭାଗ ମୁଖ୍ୟ ରାସ୍ତାର ବାତ୍ୟା ଆଶ୍ରୟସ୍ଥଳୀ ନିକଟରେ କାର ଧକ୍କାରେ ଏକ ନବ ଦମ୍ପତି ଗୁରୁତର ଆହତ ହୋଇଛନ୍ତି। ଆହତ ଦମ୍ପତି ହେଲେ କଟକ ଜିଲ୍ଲା ଗୋବିନ୍ଦପୁର ଥାନା ଅଧୀନ ଉତ୍ତାରଣ (କସର୍ଦା) ଅଞ୍ଚଳର ଭବାନୀଶଙ୍କର ମହାନ୍ତି ଓ ତାଙ୍କ ପତ୍ନୀ। ଯୁବନେତା ଅର୍ଜୁନ ଜେନାମଣି ଓ ସ୍ଥାନୀୟ ଲୋକ ଉଭୟଙ୍କୁ ଚିକିତ୍ସା ଲାଗି ପ୍ରଥମେ ଅଡ଼ଶପୁର ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ହେଲେ ଅବସ୍ଥା ସଂକଟାପନ୍ନ ହେବାରୁ ଉଭୟଙ୍କୁ କଟକ ବଡ଼ ମେଡିକାଲ୍‌କୁ ପଠାଯାଇଛି। ଏ ସଂପର୍କରେ ଖବର ପାଇ ବାଲିଅନ୍ତା ଥାନା ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରିଛି। ପ୍ରାପ୍ତ ସୂଚନାନୁଯାୟୀ ଏହି ଦମ୍ପତି ସକାଳ ପ୍ରାୟ ନ’ଟାରେ ବାଇକ୍‌ରେ ଭୁବନେଶ୍ୱର ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା କାର ( ଓଡି ୦୨-ଏକ୍ୟୁ-୬୮୭୯) ସହ ଧକ୍କା ଲାଗିଥିଲା। ଫଳରେ ବାଇକ୍‌ରୁ ଛିଟିକି ଦୁହେଁ ଗୁରୁତର ହୋଇପଡ଼ିଥିଲେ।

ସମ୍ବନ୍ଧିତ ଖବର