ଗାର୍ଡ଼ ୱାଲରେ ପିଟି ହୋଇ ଓଲଟିଲା କାର, ଚାଳକ ଗୁରୁତର ଆହତ

ବାଲିଅନ୍ତା : ଆଜି ରାତି ସାଢ଼େ ୧୧ଟା ବେଳେ ହଂସପାଳ – ଜୟଦେବ ପୂର୍ତ୍ତ ବିଭାଗ ମୁଖ୍ୟ ରାସ୍ତାର ବାଲିଅନ୍ତା ମହାତ୍ମା ସେତୁ ନିକଟରେ ଏକ ଦ୍ରୁତଗାମୀ କାର ( ଓଆର ୦୨ ବିଏଫ ୯୫୯୫ ) ନିୟନ୍ତ୍ରଣ ହରାଇ ରାସ୍ତା ତଳକୁ ଓଲଟିପଡ଼ିବାରୁ କାର ଭିତରେ ଥିବା ଚାଳକ ଗୁରୁତର ଆହତ ହୋଇଛନ୍ତି । ଆହତ ବ୍ୟକ୍ତି ହେଲେ ବାଲିଅନ୍ତା ପଞ୍ଚାୟତ ଅଧୀନ ପାଟଣା ଗ୍ରାମର ସତ୍ୟନାରାୟଣ ରାୟ (୪୪) । ସତ୍ୟ ନାରାୟଣଙ୍କ ମୁଣ୍ଡ ଓ ଶରୀରରେ ଗଭୀର ଆଘାତ ଲାଗିଛି । ସ୍ଥାନୀୟ ଲୋକ ସତ୍ୟନାରାୟଣଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ଏକ ଘରୋଇ ହସ୍ପିଟାଲକୁ ପଠାଇ ଦେଇଥିଲେ ।

ପ୍ରାପ୍ତ ସୂଚନାନୁଯାୟୀ ସତ୍ୟନାରାୟଣ ଭୋଜିଖାଇ କାରରେ ପାଟଣା ଗ୍ରାମ ଅଭିମୁଖେ ଫେରୁଥିବା ବେଳେ ଭାରସାମ୍ୟ ହରାଇ ଗାର୍ଡ଼ୱାଲରେ ପିଟି ହୋଇଯାଇଥିଲେ । ଫଳରେ କାର ଭିତରେ ଚାପି ହୋଇ ଗୁରୁତର ଆହତ ହୋଇପଡ଼ିଥିଲେ । କାର ମାଡ଼ ହେବାର ଶବ୍ଦ ଶୁଣି ଉପସ୍ଥିତ ଲୋକ ସେଠାରେ ପହଞ୍ଚି କାର ଭିତରୁ ତାଙ୍କୁ ଉଦ୍ଧାର କରିଥିଲେ । ଏବେ ସତ୍ୟନାରାୟଣଙ୍କ ଅବସ୍ଥା ସଂକଟାପନ୍ନ ଥିବା କୁହାଯାଉଛି।

ସମ୍ବନ୍ଧିତ ଖବର