ବାଲିପାଟଣା : ବାଲିପାଟଣା ଥାନା ଅନ୍ତର୍ଗତ ବାଗଲପୁର ଗ୍ରାମର ଶିବ ପ୍ରସାଦ ମହାନ୍ତିଙ୍କ ପୁଅ ସଂଦୀପ ମହାନ୍ତି ଗତକାଲି ଏକ ବଡ଼ଧରଣର ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସେ ଗତକାଲି ରାତି ପ୍ରାୟ ସାଢ଼େ ୩ଟା ବେଳେ ନିଜ ଅଲ୍ଟୋ କାର୍ (ଓଆର–୦୨–ଏକ୍ୟୁ–୩୭୯୭)ରେ ଘରକୁ ଫେରୁଥିବା ବେଳେ ଗାରେଡ଼ିପାଞ୍ଚଣ ବାଲିପାଟଣା ଛକ ମଧ୍ୟବର୍ତ୍ତୀ ସ୍ଥାନରେ ଦୁର୍ଘଟଣାର ଶିକାର ହୋଇଥିଲେ। ତାଙ୍କ ଗାଡ଼ିଟି ରାସ୍ତା କଡ଼କୁ ଖସି ଯାଇଥିଲା। ତେବେ ଏ ସଂପର୍କରେ ସଂଦୀପ କହିଛନ୍ତି, ଗାଡ଼ିର ଗତି ଯଥେଷ୍ଟ କମ୍ ଥିଲେ ମଧ୍ୟ ହଠାତ୍ ତାଙ୍କୁ ରାସ୍ତା ଦେଖା ଯାଇନଥିଲା। ସେ କିଛି ଜାଣିବା ଆଗରୁ ରାସ୍ତାର ଡାହାଣ ପଟ ଖାଲକୁ ଗାଡ଼ିଟି ଖସି ଯାଇଥିଲା। ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ ସଂଦୀପଙ୍କ କିଛି କ୍ଷତି ହୋଇନଥିବା ଜଣାଯାଇଛି। ତେବେ ଦୁର୍ଘଟଣାସ୍ଥଳରେ ଭୂତ ବାହାରୁଥିବା ଖବରରେ ଭୟଭୀତ ହୋଇ ତାଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେଲା ବୋଲି ସଂଦୀପ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଏହି ରାସ୍ତାରେ ଏକାଧିକବାର ଏପରି ଦୁର୍ଘଟଣା ଘଟିଲାଣି।
ବାଲିପାଟଣା : ଭୂତ ଭୟରେ ରାସ୍ତାକଡ଼କୁ ଖସିଲା କାର୍
/sambad/media/post_attachments/wp-content/uploads/2020/02/balipatana.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)