ଚନ୍ଦ୍ରଶେଖରପୁର : ଚନ୍ଦ୍ରଶେଖରପୁର ଅଞ୍ଚଳରେ ଦିନକୁ ଦିନ କାର୍ ଓ ବାଇକ୍ ଚୋରି ବୃଦ୍ଧି ପାଉଛି। ହେଲେ ପୁଲିସ ବାଇକ୍ ଓ କାର୍ ଚୋରଙ୍କୁ ଧରିବାରେ ସଫଳ ହୋଇ ପାରୁନି। ଶୈଳଶ୍ରୀବିହାର ଏଲ୍ସି କଲୋନିର ନିତ୍ୟାନନ୍ଦ ସାହୁଙ୍କ କାର୍ (ଓଡ୦୨ଏଲ୍-୮୮୬୮) ଚୋରି ହୋଇଥିବା ସେ ଥାନାରେ ଅଭିଯୋଗ କରିଛନ୍ତି। ସେ ଗତକାଲି ରାତିରେ କାର୍କୁ ତାଙ୍କ ଘର ସାମ୍ମୁଖରେ ପାର୍କିଂ କରିଥିଲେ। ଆଜି ଭୋର ପ୍ରାୟ ସାଢ଼େ ଚାରିଟା ବେଳେ ଉଠି ଦେଖନ୍ତି ଯେ କାର୍ଟି ନାହିଁ। ଖବରପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଆଖପାଖ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲେ ହେଁ ଦୁର୍ବୃତ୍ତଙ୍କ ଟେର୍ ପାଇନି। ସେହିପରି ଦୁଇ ଦିନ ପୂର୍ବରୁ ବିଡିଏ କଲୋନି ଅଞ୍ଚଳରୁ ମଧ୍ୟ ଏକ କାର୍ ଚୋରି ହୋଇଥିଲା। ଏହା ସହିତ ଗତ ସପ୍ତାହକ ମଧ୍ୟରେ ଚନ୍ଦ୍ରଶେଖରପୁର ଓ ଇନ୍ଫୋସିଟି ଅଞ୍ଚଳରୁ ଅନେକ ବାଇକ୍ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏସବୁ ଅଞ୍ଚଳରେ ପୁଲିସ୍ ପାଟ୍ରୋଲିଂ କଡ଼ାକଡ଼ି ହେଉ ନଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।
ବଢ଼ୁଛି କାର୍ ଓ ବାଇକ୍ ଚୋରି
/sambad/media/post_attachments/wp-content/uploads/2019/05/bike-chor.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)