ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୧୬ ନମ୍ବର ଜାତୀୟ ରାଜପଥରେ ନୂଆପଲ୍ଲୀ ନିକଟସ୍ଥ ଇସ୍କନ ମନ୍ଦିର ଠାରୁ ଅଳ୍ପ ଦୂରରେ ସୋମବାର ଅପରାହ୍ନରେ ଏକ ଚଳନ୍ତା କାରରେ ନିଆଁ ଲାଗିଯାଇଛି।
/sambad/media/post_attachments/wp-content/uploads/2018/03/BlueStacks_ScreenShot-11-300x223.jpg)
ସୂଚନାଯୋଗ୍ୟ, ଆଜି ଅପରାହ୍ନରେ ଇସ୍କନ୍ ମନ୍ଦିର ନିକଟରେ ଓଭର ବ୍ରିଜ ତଳ ରାସ୍ତା ଦେଇ ଆସୁଥିବା ଏକ ଏକ ଧଳା ରଙ୍ଗର କାର ହଠାତ୍ ସାମ୍ନାପଟୁ ଜଳି ଉଠିଥିଲା। ଏହି ଘଟଣାକୁ ଦେଖି ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳି ଯାଇଥିଲା। ଘଟଣା ସମ୍ପର୍କରେ ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଗାଡ଼ିଟି ଇଞ୍ଚିନ୍ ଆଡୁ ପଛକୁ ଅଧାଅଧି ଜଳି ଛାରଖାର୍ ହୋଇସାରିଥିଲା। ରାସ୍ତାରେ ଯାଉଥିବା କାର୍ରେ ଆକସ୍ମିକ ଭାବେ କିପରି ନିଆଁ ଲାଗିଲା ତାହା ରିପୋର୍ଟ ଲେଖା ହେଲା ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି ନ ଥିଲା।
ସ୍ଥାନୀୟଲୋକଙ୍କ କହିବାନୁସାରେ, ହଠାତ କାର ଇଞ୍ଜିନରେ ଧୂଆଁ ବାହାରୁ ଥିବା ଦେଖିବାକୁ ମିଳିଥିଲା। ଫଳରେ ଗାଡ଼ିି ରଖି ଡ୍ରାଇଭର ପଦାକୁ ବାହାରି ଆସିଥିଲେ। ପରେ ପରେ କାରଟି ହୁତୁହୁତୁ ହୋଇ ଜଳିଉଠିଥିଲା। ଇଞ୍ଜିନରେ ବିଦ୍ୟୁତ ସର୍ଟ ସର୍କିଟ ହେତୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/03/Burning-Car-at-Iskan-1.jpg)