ଫୁଲନଖରା: କଟକ-ଭୁବନେଶ୍ବର ଜାତୀୟ ରାଜପଥର କାଠଯୋଡ଼ି ପୋଲ ଉପରେ ଏକ ମାରୁତି ସୁଇଫ୍ଟ ଡ଼ିଜାୟାର କାର୍ ଆଜି ସଂଧ୍ୟାରେ ହଠାତ ଜଳି ଯାଇଥିଲା। ଏହି ଘଟଣାକୁ ନେଇ ଆଜି ସଂଧ୍ୟାରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଜାତୀୟ ରାଜପଥ ଜାମ୍ ରହିଥିଲା। ଆଜି ସଂଧ୍ୟା ପ୍ରାୟ ୬ଟା ବେଳେ କଟକରୁ ଭୁବନେଶ୍ବର ଆଡ଼କୁ ଯାଉଥିବା ଏହି କାର (ଓଡ଼ି ୦୨ ଏଇ ୫୪୬୩)ଟିର ଓଏମପି ଛକ ନିକଟରେ ହଠାତ ଲାଇଟ ଲିଭି ଯାଇଥିଲା କିନ୍ତୁ ଡ଼୍ରାଇଭର ଜାତୀୟ ରାଜପଥ ଲାଇଟ୍ରେ ଗାଡ଼ି ନେଇ ଯାଉଥିଲା ବେଳେ କାଠଯୋଡ଼ି ବ୍ରିଜ ଉପରେ ହଠାତ ନିଆଁ ଲାଗି କାରର ଆଗ ପଟ ଜଳି ଥିଲା। ଡ଼୍ରାଇଭର ଓ ଗାଡ଼ିରେ ବସିଥିବା ଜଣେ ବ୍ୟକ୍ତି ଗାଡିକୁ ରଖି ଦେଇ ବାହାରକୁ ପଳାଇ ଆସିଥିଲେ। ଗାଡ଼ିଟି ହୁତୁହୁତୁ ହୋଇ ଜଳିବାରୁ ପୋଲର ଉଭୟ ପାର୍ଶ୍ବରେ ଅନ୍ୟ ଗାଡ଼ି ସବୁ ଅଟକି ରହି ଦୀର୍ଘ ସମୟ ପର୍ଯ୍ୟନ୍ତ ରାସ୍ତା ଜାମ ହୋଇଯାଇଥିଲା। ସଦର ଥାନା ପୁଲିସ ଓ କଟକରୁ ଅଗ୍ନିଶମବାହିନୀ ଆସି ନିଆଁ ଲିଭାଇଥିଲେ। କିନ୍ତୁ ନିଆଁ ଲିଭାଇବା ବେଳକୁ ଗାଡ଼ିଟି ଅଧାରୁ ଅଧିକ ଜଳି ଯାଇଥିଲା।
Advertisment
Sambad is now on WhatsApp
Join and get latest news updates delivered to you via WhatsApp