ଭୁବନେଶ୍ବର : ସହିଦନଗର ଭବାନୀ ମଲ୍ ନିକଟ ରାସ୍ତା କଡ଼ରେ ପାର୍କିଂ ହୋଇଥିବା ଏକ କାର୍ରେ ଆଜି ଅପରାହ୍ଣ ପ୍ରାୟ ୪ଟା ବେଳେ ନିଅାଁ ଲାଗିଯାଇଥିଲା। ତେବେ ସେତେବେେଳ କାର୍ର କେହି ନଥିଲେ। କାରରେ ନିଆଁ ଲାଗିଥିବା ଦେଖି ସ୍ଥାନୀୟ ଲୋକମାନେ ତୁରନ୍ତ ଅଗ୍ନିଶମ ବିଭାଗକୁ ଜଣାଇଥିଲେ। ଖବରପାଇ ସହିଦନଗର ଥାନା ପୁଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ ସେତେବେଳକୁ ଗାଡ଼ିର ଅଧା ଅଂଶ ଜଳି ଯାଇଥିଲା। ଅଗ୍ନିକାଣ୍ଡ ଯୋଗୁଁ ସେଠାରେ କିଛି ସମୟ ପାଇଁ ଟ୍ରାଫିକ୍ ଜାମ୍ ହୋଇଥିଲା। ଇଞ୍ଜିନ୍ରେ ସର୍ଟସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।
ଜଳିଗଲା ଧାନଗଦା
ମେଣ୍ଢାଶାଳ : ମେଣ୍ଢାଶାଳ ଗ୍ରାମରେ ଅଗ୍ନିକାଣ୍ତ ଘଟି ଦୁଇଟି ଧାନ ଗଦା ଜଳି ଯାଇଛି। ଏଥିରେ ଥିବା ଧାନର ମୂଲ୍ୟ ପାଖାପାଖି ୫୦ ହଜାର ଟଙ୍କା ହେବ ବାଲି ଅନୁମାନ କରାଯାଉଛି। ଅପରାହ୍ଣ ପ୍ରାୟ ୨ଟା ୩୦ ମିନିଟ୍ରେ ଏହି ଅଘଟଣ ଘଟିଛି। ଛଣଗଦା ଦୁଇଟି ସୁରେନ୍ଦ୍ର ମହାରଣାଙ୍କର ବୋଲି ଜଣାପଡ଼ିଛି। ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ। ନିଆଁ ଲାଗିବା ପରେ ଗ୍ରାମବାସୀ ଏକାଠି ହୋଇ ନିଆଁ ଲିଭାଇବା ପାଇଁ ଉଦ୍ୟମ କରିଥିବା ବେଳେ ଅଗ୍ନିଶମ ସେବା ସଂସ୍ଥା କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ନିଅାଁ ଲିଭାଇବା ବେଳେ ଆଉ କେତେକ ଧାନ ଗଦା ମଧ୍ୟ ନଷ୍ଟ ହୋଇଛି। କ୍ଷତିଗ୍ରସ୍ତଙ୍କୁ ଆର୍ଥିକ ସହାୟତା ପାଇଁ ଦାବି ହୋଇଛି।