ଖଣ୍ଡଗିରି: ଆଜି ଖଣ୍ଡଗିରି ଥାନା ଅନ୍ତର୍ଗତ ଖଣ୍ଡଗିରି ଛକରେ ରବିବାର ଅପରାହ୍ଣ ପ୍ରାୟ ୩ଟା ୩୦ରେ ମିନିଟରେ ଏକ କାର୍ ସଂପୂର୍ଣ୍ଣ ଜଳି ଯାଇଛି। କାର୍ (ଓଆର୍-୧୩ଏଚ୍-୫୯୪୦)ଟି ବିପିନ ବିହାରୀ ନାୟକଙ୍କ ପୁଅ ଜ୍ୟୋତିରଂଜନ ନାୟକଙ୍କ ନାଁରେ ଥିବା ବରମୁଣ୍ଡା ଅଗ୍ନିଶମ କେନ୍ଦ୍ରର ମୁଖ୍ୟ ଅନୁପ ଦାସ ସୂଚନା ଦେଇଛନ୍ତି। ଘର ବାଳକାଟି ଥାନା ଅନ୍ତର୍ଗତ ନାଗପୁର ଶାସନରେ ବୋଲି ଜଣାପଡ଼ିଛି। ବ୍ୟାଟେରି ସର୍ଟ ସର୍କିଟ୍ରୁ କାର୍ଟି ସଂପୂର୍ଣ୍ଣ ଜଳି ଯାଇଥିବା କୁହାଯାଉଛି। ରାସ୍ତା ଉପରେ ହିଁ କାର୍ଟି ହୁ ହୁ ହୋଇ ଜଳି ଯାଇଥିଲା। ସୌଭାଗ୍ୟରୁ ଏଥିରେ କାହାର କିଛି କ୍ଷତି ହୋଇ ନଥିବା ଜଣାପଡ଼ିଛି। ତେବେ ଦୁର୍ଘଟଣା ଘଟିବା ବେଳେ କାର୍ରେ କେତେଜଣ ଥିଲେ ସେ ବାବଦରେ କିଛି ସୂଚନା ମିଳିନି। ଖବରପାଇ ବରମୁ୍ଣ୍ଡା ଫାୟାର ଷ୍ଟେସନ୍ ମୁଖ୍ୟ ଶ୍ରୀ ଦାସ ଓ ଅନ୍ୟ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସେତେବେଳକୁ କାର୍ଟି ସଂପୂର୍ଣ୍ଣ ଜଳି ଯାଇଥିଲା। ଖାଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ରାସ୍ତା ଉପରେ ଜଳିଗଲା କାର୍, ମୃତ୍ୟୁରୁ ବର୍ତ୍ତିଗଲେ ଚାଳକଙ୍କ ସମେତ ଅନ୍ୟ ଯାତ୍ରୀ
/sambad/media/post_attachments/wp-content/uploads/2022/02/9397c703-e65f-42d7-af32-792c1564530c.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)