ରାଜପଥରେ ଜଳିଗଲା କାର୍‌

ଭୁବନେଶ୍ବର: ଗୁରୁବାର ମଧ୍ୟାହ୍ନରେ ୧୬ ନମ୍ବର ଜାତୀୟ ରାଜପଥ ସିଆର୍‌ପି ଓଭରବ୍ରିଜ୍‌ ଉପରେ ଏକ ଚଳନ୍ତା କାର୍‌ରେ ନିଆଁ ଲାଗି ଯାଇଥିଲା। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ବେଳକୁ କାର୍‌ଟି ହୁତୁହୁତୁ ହୋଇ ଜଳୁଥିଲା। କିନ୍ତୁ କାର୍‌ ଚାଳକ ଓ ସେଥିରେ ଥିବା ୩ଜଣ ଯାତ୍ରୀ ଓହ୍ଲାଇ ପଡ଼ିବାରୁ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ। ସୂଚନାନୁଯାୟୀ, ରସୁଲଗଡ଼ରୁ ଖଣ୍ଡଗିରି ଆଡ଼କୁ ଯାଉଥିବା ଏହି କାର୍‌ ଇଂଜିନ୍‌ରୁ ହଠାତ୍‌ ଧୂଆଁ ବାହାରିବା ଦେଖି ଚାଳକ ଗାଡ଼ି ଅଟକାଇଥିଲେ ଓ ଅନ୍ୟମାନଙ୍କୁ ଗାଡ଼ିରୁ ବାହାରି ଯିବାକୁ କହିଥିଲେ। ସେମାନେ ଗାଡ଼ିରୁ ବାହାରିବା ପ‌ରେ ପରେ ଇଂଜିନ୍‌ ଜଳିବାକୁ ଲାଗିଥିଲା। ନିକଟରେ ଥିବା ଟ୍ରାଫିକ୍‌ ପୁଲିସ୍‌ ଏ ସଂପର୍କରେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ନୂଆପଲ୍ଲୀ ଥାନା ପୁଲିସ ଗାଡ଼ିକୁ ଜବତ କରି ତଦନ୍ତ କରୁଛି।

ସମ୍ବନ୍ଧିତ ଖବର