ବାଲିପାଟଣା : ଭୁବନେଶ୍ୱର କମିସନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ଅଞ୍ଚଳରେ କାର୍ ଧକ୍କାରେ ବିଦ୍ୟୁତ ଖୁଣ୍ଟ ଉପୁଡି ପଡ଼ିଛି। ଖୁଣ୍ଟ ଭାଙ୍ଗି ଗାଡ଼ି ଉପରେ ପଡ଼ିଥିଲା ବେଳେ ଚାଳକ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ସୂଚନା ଅନୁସାରେ, ଆଜି ପ୍ରତ୍ୟୁଷରୁ ସରଦେଇପୁର ନିମାପଡା ରାସ୍ତାରେ କାର୍ (ଓଡି ୦୨ ବିଜେଡ ୦୧୩୩) ବାଲିପାଟଣା ଅଭିମୁଖେ ଆସୁଥିଲା। ଭାରସାମ୍ୟ ହରାଇ ବିଶ୍ୱନାଥପୁର ବଜାରଠାରେ ରାସ୍ତାକଡ଼ରେ ଥିବା ଇଲେକ୍ଟ୍ରିକ୍ ଖୁଣ୍ଟକୁ ଧକ୍କା ଦେଇଥିଲା। ଏହାଫଳରେ ଖୁଣ୍ଟ ଭାଙ୍ଗି କାର୍ ଉପରେ ଉଜୁଡି ପଡ଼ିଥିଲା। ସେହି ଖୁଣ୍ଟରେ ଲାଗିଥିବା କେବୁଲରେ ବିଦ୍ୟୁତ୍ ସଂଯୋଗ ଥିଲା। କେବୁଲ ତାର ଯୋଗୁଁ ସୌଭାଗ୍ୟବଶତଃ କାର୍ ଚାଳକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସ୍ଥାନୀୟ ବିଦ୍ୟୁତ କର୍ମଚାରୀ ପହଞ୍ଚି ଲାଇନ କାଟିବା ପରେ କେବୁଲ ଖୋଲିଥିଲେ। ସ୍ଥାନୀୟ ଲୋକଙ୍କ ସହଯୋଗରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଗାଡ଼ି ମାଲିକ ନିଜେ କାର ଚଳାଉଥିବା ଜଣାପଡ଼ିଛି।
କାର୍ ଧକ୍କାରେ ଉପୁଡ଼ିଲା ବିଦ୍ୟୁତ ଖୁଣ୍ଟ: ଅଳ୍ପକେ ବର୍ତ୍ତିଲେ ଚାଳକ
/sambad/media/post_attachments/wp-content/uploads/2022/06/car-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)