ଭୁବନେଶ୍ବର : ଶନିବାର ସଂଧ୍ୟାରେ ସିଟି ଓମେନ୍ସ କଲେଜସ୍ଥିତ ଟ୍ରାଫିକ୍ ଛକ ନିକଟରେ ଏକ ବାଇକ୍କୁ ଧକ୍କା ଦେବା ପରେ ଏକ କାର୍ ଫୁଟ୍ପାଥ୍ରେ ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ କାର୍ ଚାଳକ ସମେତ ବାଇକ୍ରେ ବସିଥିବା ଜଣେ ଯୁବକ ଓ ଶିଶୁ ଆହତ ହୋଇଛନ୍ତି। ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ନିଶାସକ୍ତ କାର୍ ଚାଳକଙ୍କ ପାଇଁ ଏହି ଦୁର୍ଘଟଣା ଘଟିଲା ବୋଲି କୁହାଯାଉଛି। ପୁଲିସ୍ ସଂପୃକ୍ତ କାର୍କୁ ଜବତ କରି ଥାନାକୁ ନେବା ସହ ଚାଳକଙ୍କୁ ଅଟକ ରଖିଛି।
ଫୁଟ୍ପାଥ୍ରେ ଓଲଟିଲା କାର୍
/sambad/media/post_attachments/wp-content/uploads/2022/06/acc1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)