କାର୍‌ ଚୋର ଗିରଫ

ଭୁବନେଶ୍ବର : ପଡ଼ୋଶୀଙ୍କ କାର୍‌ ଚୋରି କରିବା ଅଭିଯୋଗରେ ଆଜି ଖଣ୍ଡଗିରି ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ଅଭିଯୁକ୍ତ ହେଲା ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଖନ୍ତାବଣି ଅଞ୍ଚଳର ପାଣ୍ଡବ ନାୟକ। ପାଣ୍ଡବଠାରୁ ପୁଲିସ ଚୋରି କାର୍‌କୁ ଉଦ୍ଧାର କରିଛି। ପୁଲିସ ସୂଚନା ଅନୁସାରେ ପାଣ୍ଡବ ଡୁମୁଡୁମା ଫେଜ୍-୨ରେ ରହୁଥିଲା। ତା’ ଘର ପାଖରେ ମାନସ ରଞ୍ଜନ ବରାଳଙ୍କ ଘର। ମାନସ ନିଜ କାର୍‌କୁ ଘର ଆଗରେ ପାର୍କିଂ କରନ୍ତି। ଗତ ୨୨ ତାରିଖରେ ତାଙ୍କ କାର୍‌ ଚୋରି ହୋଇ ଯାଇଥିଲା। ଏ ନେଇ ସେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ। ପୁଲିସ ତଦନ୍ତ କରି ବୁଗୁଡ଼ାରୁ ଅଭିଯୁକ୍ତ ପାଣ୍ଡବକୁ ଗିରଫ କରିବା ସହ ଚୋରି କାର୍‌କୁ ଉଦ୍ଧାର କରିଛି।

ସମ୍ବନ୍ଧିତ ଖବର