ରେଡିଓରେ କ୍ୟାରିୟର ପାଇଁ ତାଲିମ ଦେବ ଆଉଟ୍‌ରିଚ୍‌

ଭୁବନେଶ୍ୱର : ରେଡିଓରେ କ୍ୟାରିୟର ପାଇଁ ଯୁବପିଢ଼ିଙ୍କ ମଧ୍ୟରେ ଆଗ୍ରହ ବଢୁଥିବା ଦେଖିବାକୁ ମିଳୁଛି। ତେବେ ରାଜ୍ୟରେ ରେଡିଓରେ କ୍ୟାରିୟର ପାଇଁ ଆବଶ୍ୟକତା ଅନୁସାରେ ଶିକ୍ଷାଗ୍ରହଣ ଓ ଟ୍ରେନିଂର ସୁବିଧା ଉପଲବ୍ଧ ନାହିିଁ । ଏହାକୁ ଦୃଷ୍ଟିରେ ରଖି ଆଉଟ୍‌ରିଚ୍‌ ତରଫରୁ ଦ୍ୱିତୀୟ ଥର ପାଇଁ ଆୟୋଜନ ହେବାକୁ ଯାଉଛି ଏକ ୧୫ ଦିନିଆ କର୍ମଶାଳା ।

ଏହି କର୍ମଶାଳାରେ ରେଡିଓ ସ୍କ୍ରିପ୍ଟ୍‌ ଲେଖିବା, ଲାଇଭ୍‌ କାର୍ଯ୍ୟକ୍ରମ ଉପସ୍ଥାପନା, ଉଚ୍ଚାରଣ ଓ ମଡ୍ୟୁଲେସନ୍‌, ଆଉଟ୍‌ଷ୍ଟେସନ୍‌ ବ୍ରଡ୍‌କାଷ୍ଟ, ରେଡିଓ ନ୍ୟୁଜ୍‌ ରିପୋର୍ଟିଂ, ଉପସ୍ଥାପନା, ଫୋନ୍‌ଇନ୍‌, ଡବିଂ, ଭଏସ୍‌ ଆକ୍ଟିଂ, ମ୍ୟୁଜିକ୍‌ ମ୍ୟାନେଜ୍‌ମେଣ୍ଟ୍‌, ଲୋକସେବା ପ୍ରସାରଣ ଆଦ ବିଭିନ୍ନବିଷୟରେ ତାଲିମ୍‌ ଦିଆଯିବ । କର୍ମଶାଳାରେ ଅଂଶଗ୍ରହଣକାରୀଙ୍କୁ ବିଭିନ୍ନ ରେଡିଓ ଷ୍ଟେସନ୍‌ ପରିଦର୍ଶନରେ ନିଆଯିବା ସହ ପ୍ରାକ୍ଟିକାଲ ଟ୍ରେନିଂରେ ଷ୍ଟୁଡିଓରେ କାର୍ଯ୍ୟ କରିବାକୁ ଦିଆଯିବ। ସମସ୍ତ ଅଂଶଗ୍ରହଣକାରୀଙ୍କୁ ଉପହାର ଭାବେ ଏକ ରେଡିଓ ସେଟ୍‌ ଓ ପ୍ରମାଣପତ୍ର ମଧ୍ୟ ମିଳିବ। ଏଥିରେ ସାମିଲ ହେବା ପାଇଁ ଶିକ୍ଷାଗତ ଯୋଗ୍ୟତା ଅତିକମ୍‌ରେ +୨ ହୋଇଥିବା ଆବଶ୍ୟକ। ତେବେ କୌଣସି ନିର୍ଦିଷ୍ଟ ବୟସସୀମା ରଖାଯାଇ ନାହିଁ । ଏହି କର୍ମଶାଳାରେ ଅଂଶଗ୍ରହଣ କରିବାକୁ ଚାହୁଁଥିବା ବ୍ୟକ୍ତି ବିଶେଷ ୭୬୮୩୮୭୦୮୧୩ ନମ୍ବରରେ ଯୋଗାଯୋଗ କରିବାକୁ ଆଉଟ୍‌ରିଚ୍‌ ପକ୍ଷରୁ କୁହାଯାଇଛି ।

ସମ୍ବନ୍ଧିତ ଖବର