ଭୁବନେଶ୍ବର: ଦୀପାବଳିରେ ବାଣ ଫୁଟାଇ ହେବାକୁ ପଡ଼ିଛି ହଟହଟା। କାହା ନାଁରେ ପୁଲିସ ମାମଲା ରୁଜୁ ହୋଇଛି ତ କିଏ ୫ ଶହ ଟଙ୍କା ଜରିମାନା ଗଣିଛି। ଦୀପାବଳିରେ ସୁପ୍ରିମକୋର୍ଟଙ୍କ ନିଦ୍ଦେର୍ଶକୁ ଅବମାନନା କରିବା ଅଭିଯୋଗରେ କମିସନରେଟ୍ ପୁଲିସ ଏଭଳି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଭୁବନେଶ୍ବର ଓ କଟକରେ କମିସନରେଟ୍ ପୁଲିସ୧୪୦ ଜଣଙ୍କ ବିରୋଧରେ ମାମଲା ରୁଜୁ କରିବା ସହିତ ୨୩୦ ଜଣଙ୍କଠାରୁ ୧ ଲକ୍ଷ ୧୫ ହଜାର ଟଙ୍କା ଜରିମାନା ଆଦାୟ କରିଛି। ବାଣ ଫୁଟାଇବା ପାଇଁ ରାତି ୮ଟାରୁ ୧୦ ଟା ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଦ୍ବୈତନଗରୀବାସିନ୍ଦା ଏହି ନିର୍ଦ୍ଦେଶ ଉଲ୍ଲଂଘନ କରିଥିଲେ। କଟକ ଅପେକ୍ଷା ଭୁବନେଶ୍ବରବାସିନ୍ଦା ଅଧିକ ନିୟମ ଖିଲାପ କରିଥିଲେ। ପୁଲିସ କମିସନର୍ ସତ୍ୟଜିତ ମହାନ୍ତିଙ୍କଠାରୁ ମିଳିଥିବା ସୂଚନା ମୁତାବକ, ରାତି ୮ଟା ପୂର୍ବରୁ ଓ ୧୦ଟା ପରେ ଯେଉଁମାନେ ବାଣ ଫୁଟାଇଥିଲେ ସେମାନଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କେବଳ ଭୁବନେଶ୍ବର ୧୨୧ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବାବେଳେ ୧୨୬ ଜଣଙ୍କଠାରୁ ୬୩ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ଲକ୍ଷ୍ମୀସାଗର ଥାନା ପୁଲିସ ସର୍ବାଧିକ ୧୮ ଜଣଙ୍କଠାରୁ ଜରିମାନା ଆଦାୟ କରିଥିବାବେଳେ ସବୁଠାରୁ କମ୍ ଏୟାରଫିଲ୍ଡ ଥାନା ପୁଲିସ ମାତ୍ର ୩ ଜଣଙ୍କଠାରୁ ଜରିମାନା ଆଦାୟ କରିଛି। ସେହିପରି ଖାରବେଳନଗର ଥାନା ପୁଲିସ ୬ ଜଣଙ୍କ ବିରୋଧରେ ମାମଲା ରୁଜୁ କରିବା ସହିତ ୧୧ ଜଣଙ୍କଠାରୁ ଜରିମାନା ଆଦାୟ କରିଛି, ସହିଦନଗର ଥାନା ପୁଲିସ ୧୨ ଜଣଙ୍କ ବିରୋଧରେ ମାମଲା ରୁଜୁ କରିବା ସହିତ ୯ ଜଣଙ୍କଠାରୁ ଜରିମାନା, କ୍ୟାପିଟାଲ ଥାନା ପୁଲିସ ୫ ଜଣଙ୍କ ବିରୋଧରେ ମାମଲା ରୁଜୁ କରିବା ସହିତ ୬ ଜଣଙ୍କୁ ଜରିମାନା, ନୂଆପଲ୍ଲୀ ଥାନା ପୁଲିସ ୫ ଜଣଙ୍କ ନାଁରେ ମାମଲା ରୁଜୁ କରିବା ସହିତ ୧୪ ଜଣଙ୍କୁ ଜରିମାନା, ମଞ୍ଚେଶ୍ବର ଥାନା ପୁଲିସ ୩ ଜଣଙ୍କ ବିରୋଧରେ ମାମଲା ରୁଜୁ ସହିତ ୯ ଜଣଙ୍କୁ ଜରିମାନା,ଲିଙ୍ଗରାଜ ଥାନା ପୁଲିସ ୭ ଜଣଙ୍କ ନାଁରେ ମାମଲା ରୁଜୁ କରିବା ସହିତ ୩ ଜଣଙ୍କୁ ଜରିମାନା ଓ ବଡ଼ଗଡ଼ ଥାନା ପୁଲିସ ୫ ଜଣଙ୍କ ବିରୋଧରେ ମାମଲା ରୁଜୁ କରିବା ସହିତ ଜଣଙ୍କଠାରୁ ଜରିମାନା ଆଦାୟ କରିଛି। ଯେଉଁମାନଙ୍କ ନାଁରେ ମାମଲା ରୁଜୁ ହୋଇଛି। ସେମାନଙ୍କୁ ନୋଟିସ୍ ପଠାଯିବ। ପରବର୍ତୀ ସମୟରେ ସେମାନେ କୋର୍ଟରେ ହାଜର ହୋଇ ଜରିମାନା ଦେବେ। ସେହିପରି କଟକରେ ୧୯ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିବାବେଳେ ୧୦୪ ଜଣଙ୍କଠାରୁ ୫୨ ହଜାର ଟଙ୍କା ଜରିମାନା ଆଦାୟ ହୋଇଛି।
୧୪୦ ଜଣଙ୍କ ବିରୋଧରେ ମାମଲା
କଟକ-ଭୁବନେଶ୍ବର କମିସନରେଟ ପୁଲିସ୍ର କାର୍ଯ୍ୟାନୁଷ୍ଠାନ, ୨୩୦ ଜଣଙ୍କଠୁ ଜରିମାନା ୧ ଲକ୍ଷ ୧୫ ହଜାର
/sambad/media/post_attachments/wp-content/uploads/2018/11/sebastianduda_gavel_judge_court_scale_shutterstock_184689539-1540823224-8286.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)