ଭୁବନେଶ୍ବର : ଉଚ୍ଛେଦକାରୀ ଟିମ୍ ସହ ଯାଇଥିବା ବିଏମସି କମିସନର ଏବଂ ଓକିଲ ମୁହାଁମୁହିଁ ଘଟଣାକୁ ନେଇ କୋର୍ଟରେ ମାମଲା। ବିଏମସି କମିସନର ପ୍ରେମ ଚନ୍ଦ୍ର ଚୌଧରୀ ସର୍ବସାଧାରଣ ସ୍ଥାନରେ ଓକିଲଙ୍କୁ ଦୁର୍ବ୍ୟବହାର ସହ ଗାଳିଗୁଲଜ କରିଥିବା ନେଇ ଏସଡିଜେଏମ୍ କୋର୍ଟରେ ଜଣେ ବରିଷ୍ଠ ଓକିଲ ମାମଲା ଦାୟର କରିଛନ୍ତି। ଆଜି ଅଭିଯୋଗକାରୀ ଓକିଲଙ୍କ ବୟାନ ରେକର୍ଡ କରାଯାଇଛି। ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ ଓକିଲ ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ସବ୍ ରେଜିଷ୍ଟ୍ରାର ଅଫିସ ନିକଟ ଏକ ଚା’ ଦୋକାନରେ ଗତକାଲି ସେ ଓ ୧୫ରୁ ୨୦ଜଣ ଓକିଲ ଛିଡ଼ା ହୋଇଥିଲେ। ସେହି ସମୟରେ ବିଏମସି କମିସନର୍ ପ୍ରେମ ଚନ୍ଦ୍ର ଚୌଧରୀ ଉଚ୍ଛେଦକାରୀ ଦଳ ସହ ସେଠାରେ ପହଞ୍ଚିଥିଲେ। କାହିଁକି ଛିଡ଼ା ହୋଇ ଚା’ ପିଉଛ ବୋଲି କହିବା ସହ ଦୁର୍ବ୍ୟବହାର କରିଥିବା ସମ୍ପୃକ୍ତ ଓକିଲ ଅଭିଯୋଗରେ ଦର୍ଶାଇଛନ୍ତି। ଏହାକୁ ନେଇ ସେଠାରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଅନ୍ୟପକ୍ଷରେ ବିଏମସି କମିସନର ଶ୍ରୀ ଚୌଧରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି, ପ୍ରତିଦିନ ରାଜଧାନୀର ବିଭିନ୍ନ ସ୍ଥାନରେ ଉଚ୍ଛେଦ କରାଯାଉଛି। ସେଠାରେ ଲୋକେ ବିରୋଧ କରିବାରୁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି। ସବରେଜିଷ୍ଟ୍ରାର ଅଫିସ ନିକଟରେ ଉଚ୍ଛେଦ ଟିମ୍କୁ କିଛି ଲୋକ ବିରୋଧ କରିଥିଲେ। ଏହା ଆଇନଗତ ଦୃଷ୍ଟିରେ ଉଚିତ ନୁହେଁ ବୋଲି ସେ କହିଛନ୍ତି।
ବିଏମ୍ସି କମିସନରଙ୍କ ବିରୋଧରେ କୋର୍ଟରେ ମାମଲା
/sambad/media/post_attachments/wp-content/uploads/2020/02/court-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)