ଭୁବନେଶ୍ୱର : ପୁରୀ ଗଜପତିଙ୍କ ଭଳି ପୁଷ୍ୟାଭିଷେକ ହେବା ଘଟଣାକୁ ନେଇ ଅଡ଼ୁଆରେ ପଡ଼ିଛନ୍ତି କିଟ୍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ। ଏ ନେଇ ତାଙ୍କ ବିରୋଧରେ ଆଇନଜୀବୀ ଦେବ ରଥ ଭୁବନେଶ୍ୱର ଏସ୍ଡିଜେଏମ୍ଙ୍କ କୋର୍ଟରେ ଏକ ମାମଲା ରୁଜୁ କରିଛନ୍ତି। କିଟ୍ ଜଗନ୍ନାଥ ମନ୍ଦିର ଟ୍ରଷ୍ଟର ଅନ୍ୟ ପନ୍ଦର ଜଣଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ କରାଯାଇଛି।
ଏଠାରେ ପ୍ରକାଶ ଥାଉକି ପୌଷ ପୂର୍ଣ୍ଣିମା ଦିନ ଶ୍ରୀ ସାମନ୍ତ ହାତରେ ଖଣ୍ଡା ଧରି ମୁଣ୍ଡରେ ପଗଡ଼ି ପିନ୍ଧି ପୁଷ୍ୟାଭିଷେକ ହୋଇଥିଲେ। ଏହି ଫଟୋଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ରାଜ୍ୟବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/case.jpg-ff.jpg)