ଚନ୍ଦକା ରୋଡ୍‌ ଅଞ୍ଚଳରେ ନାହିଁ ‌ମୋବାଇଲ୍‌ ନେଟ୍‌ୱର୍କ, ହାଇକୋର୍ଟରେ ମାମଲା

କଟକ: ଭୁବନେଶ୍ବର ଉପକଣ୍ଠ ଚନ୍ଦକାର ସୁନ୍ଦରପୁରର ଆବାସିକ ଅଞ୍ଚଳ‌ରେ ମୋବାଇଲ ନେଟୱର୍କ ନଥିବା ପ୍ରସଙ୍ଗ ହାଇକୋର୍ଟରେ ପହଞ୍ଚିଛି। ଚନ୍ଦକା ଥାନା ଅନ୍ତର୍ଗତ ସୁନ୍ଦରପୁରର ଚନ୍ଦକା ରୋଡ୍‌ସ୍ଥିତ ଏକ ଆପାର୍ଟମେଣ୍ଟର ବାସିନ୍ଦା ରାଧେଶ୍ୟାମ ମିଶ୍ରଙ୍କ ପକ୍ଷରୁ ଦାୟର ମାମଲାରେ ଦର୍ଶାଯାଇଛି ଯେ ରାଜଧାନୀରେ ଜନସଂଖ୍ୟା ବଢ଼ିବା ସହ ଲୋକଙ୍କ ଜୀବନଶୈଳୀ‌େର ପରିବର୍ତ୍ତନ ଆସିଥିଲା। ଅଧିକ ଲୋକଙ୍କ କମ୍ ଜାଗାରେ ଆବାସ ଯୋଗାଇଦେବା ପାଇଁ ଆପାର୍ଟମେଣ୍ଟ ନିର୍ମାଣ କରାଯାଇଥିବା ବେଳେ ଚନ୍ଦକା‌ ରୋଡ୍‌ସ୍ଥିତ ଏକ ଆପାର୍ଟମେଣ୍ଟରେ ସେ ଫ୍ଲାଟ୍‌ କିଣି ରହିଥିଲେ। ଚନ୍ଦକା ଛକରୁ ମାତ୍ର ତିନି କିଲୋମିଟର ଦୂରରେ ଥିବା ଏହି ଫ୍ଲାଟରେ କିନ୍ତୁ କୌଣସି ମୋବାଇଲ ‌ସେବା କମ୍ପାନିର ନେଟୱର୍କ ଉପଲବ୍ଧ ହେଉନାହିଁ। ଡିଜିଟାଲ ଯୁଗରେ ଇଣ୍ଟରନେଟ୍, ମୋବାଇଲ ସେବା ଏକ ମୌଳିକ ଆବଶ୍ୟକତା ହୋଇଥିବା ବେଳେ ଏଥିରୁ ଏହି ଆପାର୍ଟମେଣ୍ଟରେ ରହୁଥିବା ପ୍ରାୟ ୧୬୦ ପରିବାର ବଞ୍ଚିତ।

କୋଭଡି-୧୯କୁ ନେଇ ମାର୍ଚ୍ଚ ମାସରୁ ଲାଗି ରହିଥିବା ପରିସ୍ଥିତିରେ ଲୋକମାନେ ଅଧିକାଂଶ ସମୟ ଘରେ ରହିବାକୁ ସୁରକ୍ଷିତ ମଣୁଥିବା ବେଳେ ଆପାର୍ଟମେଣ୍ଟର ବାସିନ୍ଦା କିନ୍ତୁ ମୋବାଇଲ ସେବା ଉପଲବ୍ଧ ‌େହଉ ନ ଥିବାରୁ ଛୋଟମୋଟ ଆବଶ୍ୟକତା ପୂରଣ ପାଇଁ ହଇରାଣ ହେଉଛନ୍ତି। ଏଥିସହ ଏକୁଟିଆ ରହୁଥିବା ବରିଷ୍ଠ ନାଗରିକମାନେ ଅନ୍ୟ ସହର, ରାଜ୍ୟ ତଥା ଦେଶ ବିଦେଶରେ ରହୁଥିବା ନିଜ ପରିବାର ସଦସ୍ୟଙ୍କ ସହିତ ଯୋଗାଯୋଗରେ ରହି ପାରିନାହାନ୍ତି। ପିଲାମାନେ ଅନ୍ ଲାଇନରେ ପାଠ ପଢ଼ିବାରୁ ବଞ୍ଚିତ ହେଉଛନ୍ତି। ଜରୁରୀ ସମୟରେ ସ୍ବାସ୍ଥ୍ୟସେବା ଓ ଅନ୍ୟାନ୍ୟ ସେବା ମୋବାଇଲ ନେଟୱର୍କ ନଥିବାରୁ ବାସିନ୍ଦାମାନେ ପାଇବାରୁ ବଞ୍ଚିିତ ହେଉଛନ୍ତି। ଏପରି ପରିସ୍ଥିତିରେ ଏହି ଅଞ୍ଚଳରେ ତୁରୁନ୍ତ ୨୪ ଘଣ୍ଟା ଭିତରେ ମୋବାଇଲ ନେଟୱର୍କ ସେବା ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଉ ‌େବାଲି ଆବେଦନକାରୀ ଦର୍ଶାଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଆଶିଷ କୁମାର ମିଶ୍ର ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର