ଭୁବନେଶ୍ୱର: ପ୍ରତ୍ୟେକ ଓଡ଼ିଆ ପ୍ରାଣରେ ପ୍ରଚଣ୍ଡ ଜାତି ପ୍ରେମ ଓ ଉଗ୍ର ଭାଷା ପ୍ରୀତି ଜାଗ୍ରତ ନହେବା ପର୍ଯ୍ୟନ୍ତ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତିର ବିକାଶ ଅସମ୍ଭବ ବୋଲି ଉତ୍କଳ ସମ୍ମିଳନୀର ୧୧୫ତମ ପ୍ରତିଷ୍ଠା ଦିବସରେ ମତପ୍ରକାଶ ପାଇଛି। ଏହି ଅବସରରେ ଉତ୍କଳ ସମ୍ମିଳନୀ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସଭାରେ ସମ୍ମିଳନୀର ସଭାପତି ଡ. ଗୁରୁପ୍ରସାଦ ମହାନ୍ତି ସଭାପତିତ୍ୱ କରିଥିଲେ। ପ୍ରଫେସର ବସନ୍ତ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସାଧାରଣ ସଂପାଦକ ପ୍ରଫେସର ଅଦ୍ୱୈତ କୁମାର ପାତ୍ର ସ୍ୱାଗତ ଭାଷଣ ଓ ପ୍ରତିଷ୍ଠା ଦିବସର ତାତ୍ପର୍ଯ୍ୟ ସଂପର୍କରେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡ. କମଳାକାନ୍ତ କର, ଉପ-ସଭାପତି ଅନନ୍ତ ପ୍ରସାଦ ଜେନା, କମାଣ୍ଡର ନନ୍ଦକିଶୋର ସାମଲ, କଳାହାଣ୍ଡିର ସଭାପତି ଜଗଦୀଶ ପ୍ରଧାନ, ଉଦୟନ ସୁପକାର, ଉଷାରାଣୀ ମହାନ୍ତି, ପାରାଦ୍ୱୀପ ଶାଖା ସଭାପତି ଡ. ସୁରେନ୍ଦ୍ର ମିଶ୍ର, ପୁରୀ ସଭାପତି ଭୀମସେନ ମହାପାତ୍ର, ରାଜଗାଙ୍ଗପୁରର ଗିରିଧର ପଟ୍ଟନାୟକ, ଅଶୋକ ଦାସ, ବିମଳା ସିଂ, ତନୟା ଦାସଗୋସ୍ୱାମୀ, ଶାନ୍ତିଲତା ସାହୁ, ରୀନା ଗଡ଼ନାୟକ, ବାସନ୍ତୀ ଆଚାର୍ଯ୍ୟ, ଶଶାଙ୍କ ମହାନ୍ତି, ଋଷି ଗୁମାନସିଂ, ଡ. ବଳରାମ ନାୟକ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ। ପରେ ଅତିଥିମାନଙ୍କ ଦ୍ୱାରା ଦିନଲିପି ଓ ଦିନପଞ୍ଜିକା ଉନ୍ମୋଚିତ ହୋଇଥିଲା। ସଂଗ୍ରାମ ଆକୁଳୀ ସେଠୀ ଧନ୍ୟବାଦ ଦେଇଥିଲେ। ସଭା ପ୍ରାରମ୍ଭରେ ସମସ୍ତ ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା।
ପ୍ରତ୍ୟେକ ଓଡ଼ିଆ ପ୍ରାଣରେ ପ୍ରଚଣ୍ଡ ଜାତି ପ୍ରେମ ଜାଗ୍ରତ ହେଉ
ଉତ୍କଳ ସମ୍ମିଳନୀର ୧୧୫ତମ ପ୍ରତିଷ୍ଠା ଦିବସ
/sambad/media/post_attachments/wp-content/uploads/2017/10/sahitya1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)