ଚନ୍ଦ୍ରଶେଖରପୁର: ନୂଆବର୍ଷ ଆରମ୍ଭରେ ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ଜଣେ ବାଇକ ଲୁଟେରାକୁ ଗିରଫ କରିବାରେ ସକ୍ଷମ ହୋଇଛି। ଡମଣା ଅରବିନ୍ଦ ନଗର ବସ୍ତିରେ ରହୁଥିବା ରଞ୍ଜିତ ନାୟକ(୧୯) ନାମକ ଜଣେ ଅଭ୍ୟାସଗତ ବାଇକ୍ ଲୁଟେରାକୁ ଚନ୍ଦ୍ରଶେଖରପୁର ପୁଲିସ୍ ଉକ୍ତ ବସ୍ତିରୁ ଗିରଫ କରିଛି। ଏହା ସହିତ ଗୋଟିଏ ପ୍ଲେଜର ଓ ଗୋଟିଏ ହୋଣ୍ଡା ଆକ୍ଟିଭା ଗାଡ଼ି ମଧ୍ୟ ଜବତ କରିଛି। ମାତ୍ର ଅଭିଯୁକ୍ତ ରଞ୍ଜିତ୍ର ଆଉଜଣେ ସହଯୋଗୀ ରାଜ କୁମାର ସାମଲ ଚତୁରତାର ସହିତ ପୁଲିସ୍କୁ ଚକ୍ମା ଦେଇ ଖସିଯିବାରେ ସକ୍ଷମ ହୋଇଛି। ଖୋର୍ଧା ଟାଉନ୍ର ମୂଳ ନିବାସୀ ରଞ୍ଜିତ୍ ଡମଣା ସହିତ ଆଖପାଖ ଅଞ୍ଚଳରେ ବିଭିନ୍ନ ଦୁଇଚକିଆ ଗାଡ଼ି ଚୋରି କରୁଥିବା ପୁଲିସ୍ ସୂତ୍ରରୁ ପ୍ରକାଶ। ବିଗତ କିଛି ଦିନ ଧରି ଚନ୍ଦ୍ରଶେଖରପୁର ଅଞ୍ଚଳରେ ଦୁଇଚକିଆ ଗାଡ଼ି ଚୋରି ନେଇ ଅଭିଯୋଗ ଆସିବା ପରେ ପୁଲିସ୍ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା। ପହିଲା ଦିନ ହିଁ ରଞ୍ଜିତକୁ ଗିରଫ କରି ପୁଲିସ୍ ସଫଳତା ପାଇଛି। ମାତ୍ର ତା’ ସହିତ ସାମିଲ୍ ଥିବା ଅନ୍ୟାନ୍ୟ ସାଥୀଙ୍କ ବାବଦରେ ମଧ୍ୟ ପୁଲିସ୍ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି। ଗିରଫ ଅଭିଯୁକ୍ତକୁ ଆଜି କୋର୍ଟ ଚାଲଣ କରାଯାଇଛି।
ଧରାପଡ଼ିଲା ବାଇକ୍ ଲୁଟେରା
ଦୁଇଟି ବାଇକ୍ ଜବତ, ଜଣେ ଫେରାର୍
/sambad/media/post_attachments/wp-content/uploads/2018/01/bike-lootera.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)