ଜାମୁକୋଳିରେ ଖୋଲିଲା ବିଏମ୍‌ସିର ଗୋମଙ୍ଗଳ କେନ୍ଦ୍ର

ଭୁବନେଶ୍ବର : ରାଜଧାନୀ ରାସ୍ତାରେ ବୁଲୁଥିବା ଷଣ୍ଢଙ୍କୁ ବିଏମ୍‌ସିର ସ୍ବତନ୍ତ୍ର ସ୍କ୍ବାଡ୍ ଉଠାଇ ନେଇ ଜାମୁକୋଳିରେ ନିର୍ମାଣ ହୋଇଥିବା ଗୋ ମଙ୍ଗଳ କେନ୍ଦ୍ରରେ ଛାଡ଼ିବ। ସେଠାରେ ଖାଇବା, ପିଇବାକୁ ଦେଇ ରଖିବ। ଆଜି ଏହି ଗୋ ମଙ୍ଗଳ କେନ୍ଦ୍ରକୁ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବିଏମ୍‌ସି ମେୟର ଅନନ୍ତ ନାରାୟଣ ଜେନା, ବିଏମ୍‌ସି ଡେପୁଟି କମିସନର ଶୁଭ୍ରାଶୁଂ ମିଶ୍ର, ସ୍ଥାନୀୟ ସରପଞ୍ଚ କାର୍ତ୍ତିକ ପରିଡ଼ା ଉଦ୍‌ଘାଟନ କରିଛନ୍ତି। କାର୍ଯ୍ୟକ୍ରମରେ ବିଏମ୍‌ସି ସିଟି ଇଞ୍ଜିନିୟର ଦେବସୁନ୍ଦର ମହାପାତ୍ର, ନିର୍ବାହୀ ଯନ୍ତ୍ରୀ ପିଏସ୍‌ଏନ୍‌ ପାତ୍ର, କର୍ପୋରେଟର ବିରଞ୍ଚି ନାରାୟଣ ମହାସୂପକାର ପ୍ରମୁଖ ଉପସ୍ଥିତ ଥିଲେ। ହକି ବିଶ୍ବକପ୍‌ ସମୟରେ ରାଜଧାନୀରେ ଯେପରି ଷଣ୍ଢଙ୍କ ଦୌରାତ୍ମ୍ୟ କମିବ ସେଥିପାଇଁ ଏହା ପୂର୍ବରୁ ଏହି କେନ୍ଦ୍ରକୁ ବିଏମ୍‌ସି ଉଦ୍‌ଘାଟନ କରିଛି।

ସମ୍ବନ୍ଧିତ ଖବର