ବାଲିପାଟଣା: ମାନସିକ ପୂରଣ ପାଇଁ ମନ୍ଦିରରେ ଛଡ଼ା ଯାଇଥିବା ଏକ ଷଣ୍ଢ ଚୋରି ହେବା ପରେ ପୁଣି ବେପାରୀ ନିକଟରୁ ଉଦ୍ଧାର ହେବା ଘଟଣା ବାଲିପାଟଣାରେ ଚର୍ଚ୍ଚାର ବିଷୟ ହୋଇଛି। ତେବେ ବିକିଥିବା ଲୋକ ଓ କିଣିଥିବା ବେପାରୀ ଷଣ୍ଢକୁ ଫେରାଇବା ସହ ଉଦ୍ଧାରକାରୀ ଯୁବକମାନଙ୍କ ଗୋଡ଼ ହାତ ଧରି ମୁକୁଳି ଯାଇଛନ୍ତି। ଗୋମାଂସ କାରବାର ପାଇଁ ଗୋରୁ ବେପାରୀମାନେ ଗାଈ ବଳଦ କିଣୁଥିବା ବେଳେ ଜଣେ ଠାକୁରଙ୍କୁ ସମର୍ପଣ ହୋଇଥିବା ଷଣ୍ଢକୁ ବିକିବା ଘଟଣା ସମସ୍ତଙ୍କୁ ବ୍ୟଥିତ କରିଛି। ସୂଚନାଯୋଗ୍ୟ ଯେ ପ୍ରାୟ ୬ ମାସ ତଳେ ସରାଟ ନୀଳକଣ୍ଠେଶ୍ବର ମହାଦେବଙ୍କ ନିକଟରେ ଜଣେ ବ୍ୟକ୍ତି ମାନସିକ କରି ଏକ ବାଛୁରୀକୁ ଷଣ୍ଢ କରି ଛାଡ଼ିଥିଲେ। ଷଣ୍ଢଟି ମନ୍ଦିର ଆଖପାଖ ଅଞ୍ଚଳରେ ରହୁଥିଲା। କିନ୍ତୁ ପ୍ରାୟ ପନ୍ଦର ଦିନ ହେବ ଷଣ୍ଢଟି ଆଉ ଦେଖିବାକୁ ମିଳିନଥିଲା। ସ୍ଥାନୀୟ ଯୁବକମାନେ ବହୁ ଖୋଜାଖୋଜି କରିବା ପରେ ନିକଟସ୍ଥ ଏକ ବସ୍ତିରେ ତାକୁ ଠାବ କରିଥିଲେ।
ଧରାପଡ଼ିଲା ମାନସିକ ଷଣ୍ଢ ବିକ୍ରି
/sambad/media/post_attachments/wp-content/uploads/2020/07/bull.jpg)