ଭୁବନେଶ୍ୱର: ଦୀର୍ଘ ୨୩ ବର୍ଷ ଧରି ସିବିଆଇ ଆଖିରେ ଧୁଳି ଦେଇ ଫେରାର ଥିବା କୋର୍ଟ ଦ୍ୱାରା ଘୋଷିତ ଅପରାଧୀ ଗଜେନ୍ଦ୍ର ମହାନ୍ତଙ୍କୁ ଆଜି ଭୋରରୁ ସିବିଆଇ ଗିରଫ କରିଛି। ତାଙ୍କୁ ବାଲେଶ୍ୱର ରେଲେଓ୍ଵ ଷ୍ଟେସନ୍ରୁ ଗିରଫ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଯାଜପୁର ଜିଲ୍ଲା ଡୁବୁରୀ ଥାନା ଅନ୍ତର୍ଗତ ରଣଗୁଣ୍ଡି ଗ୍ରାମର ଗଜେନ୍ଦ୍ର ମହାନ୍ତଙ୍କ ନାମରେ ୧୯୯୪ ମସିହାରେ ସୁପ୍ରିମ କୋର୍ଟ ନିର୍ଦ୍ଦେଶରେ ସିବିଆଇ ତଦନ୍ତ କରୁଥିବା ଏକ ମାମଲରେ ଗଜେନ୍ଦ୍ର ସିବିଆଇ କୋର୍ଟରେ ହାଜର ହୋଇ ନ ଥିଲେ। ତେଣୁ ୧୯୯୫ ମସିହା ଅକ୍ଟୋବର ୧୬ ତାରିଖରେ କୋର୍ଟ ତାଙ୍କୁ ଘୋଷିତ ଅପରାଧୀ ଘୋଷଣା କରିଥିଲା। ତେବେ ଗଜେନ୍ଦ୍ର ସେହି ଦିନରୁ ଓଡ଼ିିଶା ଛାଡ଼ି ହରିୟାନା ଭିଓ୍ଵନୀରେ ରହୁଥିଲେ। ଏ ନେଇ ସିବିଆଇ ତଥ୍ୟ ସଂଗ୍ରହ କରି ଜାଣିବା ପରେ ତାଙ୍କ ଗତିବିଧି ଉପରେ ସିବିଆଇ ନଜର ରଖିଥିଲା। ଗତକାଲି ଗଜେନ୍ଦ୍ର ଟ୍ରେନ୍ ଯୋଗେ ନିଜ ଗାଁକୁ ଆସୁଥିବା ସୂଚନା ପାଇ ସିବିଆଇ ରାତି ସାଢ଼େ ୩ଟା ବେଳେ ବାଲେଶ୍ୱର ଷ୍ଟେସନରୁ ତାଙ୍କୁ ଗିରଫ କରଛିା।
୨୩ ବର୍ଷ ଧରି ଫେରାର ଥିବା ଅଭିଯୁକ୍ତଙ୍କୁ ଗିରଫ କଲା ସିବିଆଇ
/sambad/media/post_attachments/wp-content/uploads/2018/04/bbsr-copy-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)