ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ୩ ଅଧିକାରୀଙ୍କୁ ୪ ଦିନିଆ ରିମାଣ୍ଡରେ ନେଲା ସିବିଆଇ

ଭୁବନେଶ୍ୱର : ମିଥ୍ୟା ଅଭିଯୋଗରେ ଫସାଇବାକୁ ଧମକ ଦେବା ଏବଂ ଏଥିରୁ ମୁକୁଳାଇବା ଲାଗି ଲକ୍ଷେ ଟଙ୍କା ଲାଞ୍ଚ ନେଇଥିବା ଘଟଣାରେ ଶୁକ୍ରବାର ଗିରଫ ହୋଇଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି)ର ୩ ଅଧିକାରୀଙ୍କୁ ଆଜି ୪ ଦିନିଆ ରିମାଣ୍ଡରେ ଆଣିଛି ସିବିଆଇ। ସେମାନେ ହେଲେ ଜ୍ଞାନ ପ୍ରକାଶ, ସତୀଶ କୁମାର ଏବଂ ଏ ଏସ୍‌ କୁଜରି। ନାର୍କୋଟିକ୍ସ ବିଭାଗର ଏହି ୩ ଅଣଓଡ଼ିଆ କର୍ମଚାରୀଙ୍କୁ ସିବିଆଇ ଅଧିକାରୀମାନେ ଅଲଗା ଅଲଗା ଜେରା କରୁଛନ୍ତି। ସେମାନେ କେବଳ ଚନ୍ଦନ ଓଝାଙ୍କୁ ଏଭଳି ଧମକଚମକ ଦେଉଥିଲେ କି ଅନ୍ୟ କାହାକୁ ଏଭଳି ହଇରାଣ କରୁଥିଲେ ସେନେଇ ସିବିଆଇ ଅଧିକାରୀ ଖୋଳତାଡ଼ କରୁଥିବା ଜଣାପଡ଼ିଛି। ୩ ଅଧିକାରୀଙ୍କର ସମ୍ପତ୍ତି ପରିମାଣ କେତେ ହେବ ଏନେଇ ମଧ୍ୟ ଯାଞ୍ଚ କରାଯାଇପାରେ ବୋଲି ଜଣେ ସିବିଆଇ ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର