ସିବିଏସଇ ଦଶମ ପରୀକ୍ଷା ଫଳ, ଡିଏଭି ପବ୍ଲିକ ସ୍କୁଲ, ଚନ୍ଦ୍ରଶେଖରପୁର

ବିଦ୍ୟାଳୟର ସମସ୍ତ ୨୮୭ ପରୀକ୍ଷାର୍ଥୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଓମ୍‌ ପ୍ରକାଶ ତ୍ରିପାଠୀ ୯୯% ନମ୍ବର ସହ ବିଦ୍ୟାଳୟ ଟପ୍ପର ହୋଇଛନ୍ତି। ୟାଶିକା ସାହୁ ଓ ରମ୍ୟା ସିଂହ ୯୮.୪% ନମ୍ବର ସହ ଯୁଗ୍ମ ଦ୍ବିତୀୟ ଏବଂ ପିଆଲି ପୂର୍ବାଶା ପଟ୍ଟନାୟକ ଓ ଅନୁଷ୍କା ନାୟକ ୯୮.୨% ନମ୍ବର ରଖି ଯୁଗ୍ମ ତୃତୀୟ ସ୍ଥାନ ହାସଲ କରିଛନ୍ତି। ବିଦ୍ୟାଳୟର ୮୯ ଜଣ ପରୀକ୍ଷାର୍ଥୀ ୯୫% ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି।

ଡିଏଭି ପବ୍ଲିକ ସ୍କୁଲ, ୟୁନିଟ୍‌-୮
ସ୍କୁଲର ସମସ୍ତ ୨୭୫ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୨୭୩ ଜଣ ପ୍ରଥମ ଶ୍ରେଣୀରେ ପାସ୍‌ କରିଛନ୍ତି। ୧୭୮ଜଣ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି। ଅଭିଳାଷା କୁମାରୀ ଓ ଅକସ୍ୟତ୍‌ ଦାସ ୯୮.୮% ନମ୍ବର ସହ ଯୁଗ୍ମ ପ୍ରଥମ, ଅନ୍ବେଷା ଜେନା ଓ ପ୍ରଜ୍ଞା ପ୍ରେରଣା ବକ୍ସି ୯୮.୬% ସହ ଯୁଗ୍ମ ଦ୍ବିତୀୟ ଏବଂ ଅଦ୍ବିତ ବରୁଣ ଓ କ୍ରିଷ୍ଣେନ୍ଦୁ ବିଶ୍ବାଳ ୯୮.୪% ନମ୍ବର ସହ ଯୁଗ୍ମ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

ଡିଏଭି ପବ୍ଲିକ ସ୍କୁଲ, ପୋଖରୀପୁଟ
ଡିଏଭି ପୋଖରୀପୁଟର ଫଳାଫଳ ଶତ ପ୍ରତିଶତ ରହିଛି। ସ୍କୁଲର ସାମଗ୍ରିକ ସଫଳତା ୮୬.୫୯% ଅଛି। ମୋଟ ୧୮୩ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୫୦.୯୨% ଛାତ୍ରଛାତ୍ରୀ ୯୦%ରୁ ଅଧିକ ନମ୍ବର ରଖିଛନ୍ତି। ସ୍ବାଗତିକା ନନ୍ଦ ୯୮.୮% ନମ୍ବର ସହ ପ୍ରଥମ, ଅନନ୍ୟା ଦାଶ ୯୮.୬% ନମ୍ବର ରଖି ଦ୍ବିତୀୟ ଏବଂ ଆଦ୍ୟାଶା ପଟ୍ଟନାୟକ ଓ ଚିରାଗ ନନ୍ଦ ୯୮.୪% ନମ୍ବର ରଖି ଯୁଗ୍ମ ଭାବେ ତୃତୀୟ ସ୍ଥାନ ହାସଲ କରିଛନ୍ତି।

ସାଇ ଇଣ୍ଟରନ୍ୟାସନାଲ ସ୍କୁଲ
ଚଳିତବର୍ଷ ୨୪୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୬୩% ଛାତ୍ରଛାତ୍ରୀ ୯୦%ରୁ ଅଧିକ ନମ୍ବର ରଖିଛନ୍ତି। ଅନ୍ବେଷ ଷଡ଼ଙ୍ଗୀ ସର୍ବାଧିକ ୯୮.୪% ନମ୍ବର ରଖି ସ୍କୁଲ ଟପ୍ପର ହୋଇଛନ୍ତି। ସେହିପରି ଅଭିଜିତ୍‌ ସାହୁ ୯୮.୨% ନମ୍ବର ରଖି ଦ୍ବିତୀୟ ଏବଂ ପ୍ରିୟଙ୍କା ମିଶ୍ର ଓ ଅର୍ନଭ ଶତପଥୀ ୯୮% ନମ୍ବର ରଖି ଯୁଗ୍ମ ଭାବେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

ବିଜେଇଏମ
ବକ୍ସି ଜଗବନ୍ଧୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ୨୪୬ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୯୨ ଜଣ ୯୦%ରୁ ଅଧିକ ନମ୍ବର ରଖିଥିବା ବେଳେ ୨୧୬ ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ପାସ୍‌ କରିଛନ୍ତି। ତନିଷ୍ଠା ମଙ୍ଗରାଜ ୯୮.୬% ନମ୍ବର ସହ ବିଦ୍ୟାଳୟ ଟପ୍ପର ହୋଇଛନ୍ତି। ଅଲିଶା ପ୍ରିୟଦର୍ଶିନୀ, ଅର୍ପିତା ସାମନ୍ତରାୟ, ସ୍ବସ୍ତିକ ରଂଜନ ସେଠୀ ଓ ଶ୍ବେତା ସୌନ୍ଦର୍ଯ୍ୟା ରାୟ ୯୮% ନମ୍ବର ରଖି ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ବେଳେ ସିପ୍ରା ରାୟ ୯୭.୮% ନମ୍ବର ସହ ତୃତୀୟ ସ୍ଥାନରେ ଅଛନ୍ତି।

ସମ୍ବନ୍ଧିତ ଖବର