ସିବିଏସ୍‌ଇ ଦ୍ବାଦଶ ପରୀକ୍ଷାଫଳ, ଖୁସି କରିଦେଲା

ଭୁବନେଶ୍ବର: କୋଭିଡ୍‌-୧୯ ସଂକ୍ରମଣ ଯୋଗୁଁ ଅଧାରୁ ବାତିଲ୍‌ ହୋଇଥିଲା ସିବିଏସ୍‌ଇ ପରୀକ୍ଷା। ପୁଣିଥରେ ପରୀକ୍ଷା ହେବ କି ନାହିଁ? ଯଦି ହୁଏ ତେବେ କେମିତି କରାଯିବ? ପରୀକ୍ଷା ନ ହେଲେ ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନ କିଭଳି ହେବ? ମାର୍ଚ୍ଚରୁ ମେ’ ମାସ ପର୍ଯ୍ୟନ୍ତ ଏଭଳି ଆଲୋଚନା ଜାରି ରହିଥିଲା। କରୋନା ସଂକ୍ରମଣ ନ କମିବାରୁ ଶେଷରେ ବାକି ଥିବା ପରୀକ୍ଷାକୁ ବାତିଲ୍‌ କରାଯାଇଥିଲା। ବିକଳ୍ପ ମୂଲ୍ୟାୟନ ଜରିଆରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ କରିବାକୁ ନିଷ୍ପତ୍ତି ହୋଇଥିଲା। ମୂଲ୍ୟାୟନ ଆରମ୍ଭ ହେବା ପରେ ପରୀକ୍ଷା ଫଳକୁ ନେଇ ଆଶା ଆଶଙ୍କା ପ୍ରକାଶ ପାଇଥିଲା। ଗତ ମାସେ ହେଲା ଦିଲ୍ଲୀଠାରୁ ଭୁବନେଶ୍ବର ପର୍ଯ୍ୟନ୍ତ ସବୁଠି ଗୋଟିଏ କଥା କେବେ ବାହାରିବ ପରୀକ୍ଷା ଫଳ? କ’ଣ ହେବ ଛାତ୍ରଛାତ୍ରୀଙ୍କ ରେଜଲ୍ଟ? ଏଭଳି ଚର୍ଚ୍ଚା ମଧ୍ୟରେ ଆଜି ସିବିଏସ୍‌ଇ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ବାହାରିଛି। ସାରା ଦେଶ ଓ ଓଡ଼ିଶାରେ ପାସ୍‌ ହାର ବଢ଼ିଥିବା ବେଳେ ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ଭଲ ପ୍ରଦର୍ଶନ କରିଛନ୍ତି। ଭୁବନେଶ୍ବରରେ ଥିବା ସିବିଏସ୍‌ଇ ଅଧୀନ ସ୍କୁଲ ଓ ଛାତ୍ରଛାତ୍ରୀ ବି ପଛରେ ପଡ଼ି ନାହାନ୍ତି। ଅଧିକାଂଶ ସ୍କୁଲ ଶତପ୍ରତିଶତ ରେଜଲ୍ଟ କରିଥିବା ବେଳେ ୯୫% ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସଫଳତାକୁ ନେଇ ସମସ୍ତେ ଖୁସି ବ୍ୟକ୍ତ କରିଥିଲେ ମଧ୍ୟ ତାହା ବେଶି ସମୟ ରହି ନଥିଲା। କରୋନାର କଟକଣା ‌ଯୋଗୁଁ କେହି ଉତ୍ସବ ପାଳନ କରିପାରି ନ ଥିଲେ। ତଥାପି ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ ସେଲିବ୍ରେସନ୍‌ କରିଥିଲେ। ପରୀକ୍ଷା ଫଳ ଦେଖିବା ସମୟରେ ସିବିଏସ୍‌ଇ ୱେବ୍‌ସାଇଟ୍‌ ବାରମ୍ବାର କ୍ରାସ୍‌ ହେଉଥିବାରୁ ଛାତ୍ରଛାତ୍ରୀ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ତେବେ ସନ୍ଧ୍ୟା ସୁଦ୍ଧା ସବୁ କିଛି ଠିକ୍‌ ହୋଇଯିବାରୁ ଛାତ୍ରଛାତ୍ରୀ ଆଶ୍ବସ୍ତି ଅନୁଭବ କରିଥିଲେ।

ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍‌
ସ୍କୁଲର ଛାତ୍ରଛାତ୍ରୀ ପୁଣିଥରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ସ୍କୁଲର ଛାତ୍ରୀ ସଂସ୍କୃତି ପଟ୍ଟନାୟକ ହ୍ୟୁମାନିଟିଜ୍‌ ବିଭାଗରେ ୯୯.୪% ମାର୍କ ରଖି ରାଜ୍ୟ ଓ ଭୁବନେଶ୍ବର ଜୋନ୍‌ରେ ଆଗରେ ରହିଛନ୍ତି। ସମାଜ ବିଜ୍ଞାନ ଓ ଗଣିତ ବିଷୟରେ ସେ ୧୦୦ ପ୍ରତିଶତ ମାର୍କ ରଖିଛନ୍ତି। ବାଣିଜ୍ୟ ବିଭାଗରେ ରିଚା ରୟ ଚୌଧୁରୀ ୯୮.୬% ମାର୍କ ଓ ବିଜ୍ଞାନ ବିଭାଗରେ ଆଶୁତୋଷ ପାଣିଗ୍ରାହୀ ୯୮.୪% ମାର୍କ ରଖିଛନ୍ତି। ପରୀକ୍ଷା ଦେଇଥିବା ମୋଟ ୫୫୨ଛାତ୍ରଛାତ୍ରୀଙ୍କ ମଧ୍ୟରୁ ସମସ୍ତେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ୬୧.୧% ଛାତ୍ରଛାତ୍ରୀ ୯୦%ରୁ ଅଧିକ ମାର୍କ ଓ ୯୨ପ୍ରତିଶତ ଛାତ୍ରଛାତ୍ରୀ ୭୫%ରୁ ଅଧିକ ମାର୍କ ରଖି କୃତିତ୍ୱ ହାସଲ କରିଛନ୍ତି। ସ୍କୁଲର ପ୍ରତିଷ୍ଠାତା ବିଜୟ କୁମାର ସାହୁ ସମସ୍ତ ଶିକ୍ଷକ, ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଓଡିଏମ୍ ପବ୍ଲିକ୍‌ ସ୍କୁଲ
ପଟିଆସ୍ଥିତ ଓଡିଏମ୍ ପବ୍ଳିକ୍ ସ୍କୁଲ୍‌ର ବିଜ୍ଞାନରେ ସୁଶ୍ରୀ ଆଦ୍ୟାଶା ଜେନା ୯୭.୬% ନମ୍ବର ରଖି ବିଦ୍ୟାଳୟର ଟପର୍‌ ହୋଇଛନ୍ତି। ସୁଶ୍ରୀ ସ୍ୱାତୀ ନାଥ, ପ୍ରିୟାଶୁଂ ପ୍ରଣୟ ଓ ଶ୍ରୀମାନ ସୌଗତ ଶତପଥୀ ମିଳିତ ଭାବେ ୯୭% ନମ୍ବର ରଖିଛନ୍ତି। ୭୦ ଜଣ ପରୀକ୍ଷାର୍ଥୀ ୯୫%ରୁ ଅଧିକ ଓ ୨୧୧ଜଣ ୯୦%ରୁ ଅଧିକ ନମ୍ବର ରଖିଥିବା ବେଳେ ବିଦ୍ୟାଳୟର ସମସ୍ତ ୫୭୦ଜଣ ଛାତ୍ରଛାତ୍ରୀ ୬୦ ପ୍ରତିଶତରୁ ଅଧିକ ନମ୍ବର ରଖି ପାସ୍‌ କରିଛନ୍ତି। ବାଣିଜ୍ୟ ବିଭାଗରେ ସଞ୍ଜନା ପରିଜା ୯୩.୪% ନମ୍ବର ରଖି ବିଦ୍ୟାଳୟ ଟପ୍‌ର ହୋଇଛନ୍ତି। ସଫଳତା ପାଇଁ ବିଦ୍ୟାଳୟର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡ. ସତ୍ୟବ୍ରତ ମୀନକେତନ, ନିର୍ଦ୍ଦେଶିକା ଇନ୍ଦୁମତୀ ରାୟ, ସିଓଓ ସ୍ୱୟଂ ସତ୍ୟେନ୍ଦୁ ଓ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ମଦର ପବ୍ଲିକ ସ୍କୁଲ
ବିଜ୍ଞାନ ବିଭାଗରେ ପରୀକ୍ଷା ଦେଇଥିବା ୪୦୨ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅତିସ୍ମା ଅଶ୍ବର୍ଯ୍ୟା ୯୭.୬% ମାର୍କ ରଖି ସ୍କୁଲ ଟପର୍‌ ହୋଇଛନ୍ତି। ୫୨.୪% ଛାତ୍ରଛାତ୍ରୀ ୯୦%ରୁ ଅଧିକ ନମ୍ବର ରଖିଛନ୍ତି। ବାଣିଜ୍ୟ ବିଭାଗରେ ପରୀକ୍ଷା ଦେଇଥିବା ୫୮ ଜଣଙ୍କ ମଧ୍ୟରୁ ପ୍ରୀୟାନ୍ସିଂ ଅଗ୍ରୱାଲ ୯୭.୬% ମାର୍କ ରଖିଛନ୍ତି। ୪୨% ଛାତ୍ରଛାତ୍ରୀ ୯୦%ରୁ ଅଧିକ ମାର୍କ ରଖିଛନ୍ତି। ହ୍ୟୁମାନିଟିଜ୍‌ରେ ପରୀକ୍ଷା ଦେଇଥିବା‌ ୩୨ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଅଭିଜିତ୍‌ ପାଣ୍ଡବ ୯୭.୮% ମାର୍କ ରଖିଛନ୍ତି। ୩୧% ପରୀକ୍ଷାର୍ଥୀ ୯୦%ରୁ ଅଧିକ ମାର୍କ ରଖିଛନ୍ତି। ସମସ୍ତ କୃତୀ ଛାତ୍ରଛାତ୍ରୀଙ୍କୁ ସ୍କୁଲ ଅଧ୍ୟକ୍ଷ ଶୁଭେଚ୍ଛା ଜଣାଇଛନ୍ତି।
ଡିଏଭି, ଚନ୍ଦ୍ରଶେଖରପୁର
ଡିଏଭି ପବ୍ଲିକ୍‌ ସ୍କୁଲ୍‌, ଚନ୍ଦ୍ରଶେଖରପୁରର ଛାତ୍ରଛାତ୍ରୀ ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି। ବିଜ୍ଞାନରେ ସ୍ଥିତିପ୍ରଜ୍ଞା ସାହୁ ୯୮.୬%, ସ୍ବାଗତ କୁମାର ନାୟକ ୯୭.୮%, ସାଇ ସୁନୀଲ୍‌ ମହାକୁଡ଼ ୯୭.୪% ନମ୍ବର ରଖି ଯଥାକ୍ରମେ ପ୍ରଥମ ୩ଟି ସ୍ଥାନରେ ରହିଛନ୍ତି। ୧୧୨ ଜଣ ୯୫%ରୁ ଅଧିକ, ୨୩୭ ଜଣ ୯୦%ରୁ ଅଧିକ ନମ୍ବର ରଖିଛନ୍ତି। ବାଣିଜ୍ୟ ବିଭାଗରେ ଅୟୁତା ସାହୁ ୯୭.୨%, ମହାପ୍ରସାଦ ସାହୁ ୯୬.୮%, ହ୍ରିଷିତା ମିଶ୍ର ୯୬% ନମ୍ବର ସହ ପ୍ରଥମ ୩ଟି ସ୍ଥାନ ଦଖଲ କରିଛନ୍ତି। ୪୬ ଜଣ ଯାକ ଛାତ୍ରଛାତ୍ରୀ ୬୦%ରୁ ଅଧିକ ମାର୍କ ରଖିଛନ୍ତି। ୧୯ ଜଣ ୯୦%ରୁ ଅଧିକ ମାର୍କ ରଖିଛନ୍ତି। ହ୍ୟୁମାନିଟିଜ୍‌(କଳା)ରେ ସମସ୍ତ ୨୭ ଜଣ ଯାକ ଛାତ୍ରଛାତ୍ରୀ ୬୦%ରୁ ଅଧିକ ନମ୍ବର ରଖିଛନ୍ତି। ପ୍ରତୀତି ଦାସ ସର୍ବାଧିକ ୯୭.୬% ନମ୍ବର ରଖିଛନ୍ତି। ସଫଳତା ପାଇଁ ସ୍କୁଲ୍‌ ଚେୟାରମ୍ୟାନ୍‌ ଓ ପ୍ରିନ୍ସିପାଲ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ଡିଏଭି, ୟୁନିଟ୍‌-୮
ବିଜ୍ଞାନ ବିଭାଗରେ କସ୍ତୁରୀ ପଣ୍ଡା ଓ ଶାଶ୍ୱତ ଦାଶ ୯୭% ନମ୍ବର ରଖି ଯୁଗ୍ମ ଭାବେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସ୍ୱୟଂ ମହାନ୍ତି ୯୬.୮%, ଅଭିଳାଷ ମିଶ୍ର ୯୬.୬% ନମ୍ବର ରଖି ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ବିଜ୍ଞାନ ବିଭାଗରେ ପରୀକ୍ଷାରେ ସମସ୍ତ ୩୧୬ଜଣ ପରୀକ୍ଷାର୍ଥୀ ପ୍ରଥମ ଶ୍ରେଣୀରେ ପାସ୍‌ କରିଛନ୍ତି। ବାଣିଜ୍ୟ ବିଭାଗରେ ପରୀକ୍ଷା ଦେଇଥିବା ସମସ୍ତ ୭୧ ଜଣ ଯାକ ପରୀକ୍ଷାର୍ଥୀ ପ୍ରଥମ ଶ୍ରେଣୀ ଲାଭ କରିଛନ୍ତି। ନିଶ୍ଚୟ ହଂସ ୯୬.୬ ପ୍ରତିଶତ ନମ୍ବର ରଖି ପ୍ରଥମ ହୋଇଛନ୍ତି। କଳା ବିଭାଗରେ ସମସ୍ତ ୧୩ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ପାସ୍‌ କରିଛନ୍ତି। ଅମିଶା ପଣ୍ଡା ୯୮% ପ୍ରତିଶତ ନମ୍ବର ରଖି ପ୍ରଥମ ସ୍ଥାନ ହାସଲ କରିଛନ୍ତି। ବିଦ୍ୟାଳୟ ପରିଚା‌ଳନା ସମିତିର ସଭାପତି ମଦନ ମୋହନ ପଣ୍ଡା, ମ୍ୟାନେଜର ଡି ଏନ୍‍ ମିଶ୍ର, ଅଧ୍ୟକ୍ଷା ଈପ୍‍ସିତା ଦାସ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ସେଣ୍ଟ ଜାଭିୟର, କେଦାରଗୌରୀ
ପରୀକ୍ଷା ଦେଇଥିବା‌ ୧୨୯ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୨୬ଜଣ ପ୍ରଥମ ଶ୍ରେଣୀରେ ପାସ୍‌ କରିଛନ୍ତି। ପାସ୍‌ହାର ୯୭.୬% ରହିଛି। ବିଦ୍ୟାଳୟର ଏମ୍‌ଏସ୍‌. ୟୁ ବୈଷ୍ଣଭି ୯୬ପ୍ରତିଶତ ମାର୍କ ରଖି ସ୍କୁଲ ଟପର୍‌ ହୋଇଛନ୍ତି। ୩୨ଜଣ ପରୀକ୍ଷାର୍ଥୀ ୯୦%ରୁ ଅଧିକ ମାର୍କ ରଖି ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ସଫଳତା ପାଇଁ ସ୍କୁଲର ଅଧ୍ୟକ୍ଷ ତପନ କୁମାର ଶତପଥୀ ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ଶ୍ରୀ କ୍ରିଷ୍ଣା ଇଣ୍ଟରନ୍ୟାସନାଲ ସ୍କୁଲ
ବିଦ୍ୟାଳୟର ଛାତ୍ର ରତ୍ନାକର ସାହୁ ୯୫% ନମ୍ବର ରଖି ଟପ୍‌ର ହୋଇଛନ୍ତି। ପ୍ରତୀକ ପାତ୍ର ୯୪%, ହିତେଶ କୁମାର ରାଉତ ୯୧% ନମ୍ବର ରଖି ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ସ୍କୁଲର ୧୧ ଜଣ ଛାତ୍ରଛାତ୍ରୀ ୯୦%ରୁ ଅଧିକ ମାର୍କ ରଖି ପାସ୍‌ କରିଛନ୍ତି। ବିଦ୍ୟାଳୟର ଚେୟାରମ୍ୟାନ ପବିତ୍ର ରାଉତରାୟ, ଅଧ୍ୟକ୍ଷ ସ୍ଵରୁପା ନନ୍ଦ ମିଶ୍ର ଛାତ୍ରଛାତ୍ରୀଙ୍କ ସଫଳତାର ଶ୍ରେୟ ଅଭିଭାବକ, ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମକର୍ତାଙ୍କୁ ଦେଇଛନ୍ତି।
ପ୍ରଭୁଜୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟ
ଭିଏସ୍‌ଏସ୍‌ ନଗରସ୍ଥିତ ଏହି ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ବିଜ୍ଞାନ ବିଭାଗ ଛାତ୍ରୀ ଏନ୍‌. ବାଣୀଶ୍ରୀ ୯୬% ମାର୍କ ରଖି ବିଦ୍ୟାଳୟରେ ଟପର୍‌ ହୋଇଛନ୍ତି। ବାଣିଜ୍ୟ ବିଭାଗରେ ଓମ୍‌କାର ମହାପାତ୍ର ୮୭% ନମ୍ବର ରଖିଛନ୍ତି। ବିଦ୍ୟାଳୟର ଏହି ସଫଳତା ପାଇଁ ପରିଚାଳନା କମିଟି, ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି।
ବି‌ଜେଇଏମ୍‌-୨
ସତ୍ୟଭାମାପୁରସ୍ଥିତ ବିଜେଇଏମ୍‌-୨ର ୧୦୮ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ବିଜ୍ଞାନ ବିଭାଗରେ ଆଦିତ୍ୟ ରଞ୍ଜନ ଦାସ ସର୍ବାଧିକ ୯୫% ମାର୍କ ରଖିଥିବା ବେଳେ କିରଣ ସାହୁ ୯୩.୨%, ଆଦ୍ୟାଶା ମହାପାତ୍ର ୯୨.୬% ନମ୍ବର ରଖିଛନ୍ତି। ବାଣିଜ୍ୟ ବିଭାଗରେ ଚଞ୍ଚଲ୍‌ ଓଝା ୯୪.୪%, ଅମିଶା ମହାପାତ୍ର ୯୧.୬%, ସର୍ବଜିତ୍‌ ଦେବତା ୯୧.୪% ମାର୍କ ରଖିଛନ୍ତି। ଉଭୟ ବିଭାଗରେ ୧୦ ଜଣ ଛାତ୍ରଛାତ୍ରୀ ୯୦%ରୁ ଅଧିକ, ୨୬ ଜଣ ୮୦%ରୁ ଅଧିକ ନମ୍ବର ରଖି ପାସ୍‌ କରିଛନ୍ତି।
ଡିଏଭି, କଳିଙ୍ଗନଗର
ବିଜ୍ଞାନ ବିଭାଗରେ ସ୍କୁଲର ପାସ୍‌ହାର ୯୮.୭୨% ହୋଇଛି। ବିଦ୍ୟାଳୟର ୨୯.୪୯% ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର, ୭୧.୭୯% ଛାତ୍ରଛାତ୍ରୀ ୮୦ ପ୍ରତିଶତରୁ ଅଧିକ ନମ୍ବର ରଖି ପାସ୍‌ କରିଛନ୍ତି। ବିଜ୍ଞାନରେ ସୂର୍ଯ୍ୟସ୍ନାତା ପଣ୍ଡା, ଅନ୍ୱେଶ ପଟ୍ଟନାୟକ, ମହମ୍ମଦ ଆତିଫ୍ ଖାନ୍‌, ସ୍ମୃତିଦିଶା ୯୫.୪୦% ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ବାଣିଜ୍ୟରେ ଶୁଭମ୍ କାନୁନ୍‌ଗୋ ୯୩.୮୦% ରଖି ପ୍ରଥମ ହୋଇଛନ୍ତି। ଏହି ସଫଳତା ନିମନ୍ତେ ବିଦ୍ୟାଳୟ ପରିଚାଳନା ସମିତିର ଅଧ୍ୟକ୍ଷ ଶରତ ଚନ୍ଦ୍ର ମିଶ୍ର, ବିଦ୍ୟାଳୟର ଅଧ୍ୟକ୍ଷ ବିପିନ୍ କୁମାର ସାହୁ କୃତୀ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ବକ୍ସି ଜଗବନ୍ଧୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟ
ବିଦ୍ୟାଳୟରୁ ପରୀକ୍ଷା ଦେଇଥିବା ୧୨୭ ଛାତ୍ରଛାତ୍ରୀଙ୍କ ମଧ୍ୟରୁ କେ ଏସ୍‌ ଚେତନ ୯୬.୬% ନମ୍ବର ରଖି ବିଦ୍ୟାଳୟକୁ ଗୌରବାନ୍ୱିତ କରିଛନ୍ତି। ବିଜ୍ଞାନରେ ୧୦ ଜଣ ଛାତ୍ରଛାତ୍ରୀ ୯୫%ରୁ ଅଧିକ, ୪୩ ଜଣ ୯୦%ରୁ ଅଧିକ ନମ୍ବର ରଖିଛନ୍ତି। ଶ୍ରଦ୍ଧାଞ୍ଜଳି ମହାପାତ୍ର ୯୬% ମାର୍କ ରଖି ଦ୍ବିତୀୟ, ଇତିପ୍ରଜ୍ଞା ଦାସ ମହାପାତ୍ର ଓ ସଂସ୍କୃତି ପଟ୍ଟନାୟକ ୯୫.୮%ମାର୍କ ରଖି ତୃତୀୟ ସ୍ଥାନରେ ରହିଛନ୍ତି। ବାଣିଜ୍ୟରେ ପରୀକ୍ଷା ଦେଇଥିବା ୬୭ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ସିଦ୍ଧାନ୍ତ ଦାସ ସର୍ବାଧିକ ୯୬.୨%, ଅଭିଳାଷ ପତି ୯୪% ମାର୍କ ରଖିଛନ୍ତି। ୫୦ ଜଣ ଛାତ୍ରଛାତ୍ରୀ ୯୦%ରୁ ଅଧିକ ନମ୍ବର ରଖିଛନ୍ତି।
ଡିଏଭି, ପୋଖରୀପୁଟ
ବିଜ୍ଞାନ ବିଭାଗରେ ପରୀକ୍ଷା ଦେଇଥିବା ୨୩୦ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୨୦ ଜଣ ୯୦%ରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ବିଜ୍ଞାନ ବିଭାଗରେ ଦିଶା ଗାୟତ୍ରୀ ନାହାକ ୯୭% ନମ୍ବର ରଖି ପ୍ରଥମ, ସାଇ ପ୍ରସନ୍ନ ପଣ୍ଡା, ଦେବଜିତ୍‍ ଗୋସ୍ୱାମୀ ଓ ନେହା ବିଶ୍ୱାଳ ୯୬.୬୦% ରଖି ଦ୍ୱିତୀୟ ଓ ୯୬.୪୦% ନମ୍ବର ସହ ଲୋପିତା ମହାପାତ୍ର ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ବାଣିଜ୍ୟ ବିଭାଗରେ ଅଜୟ ଦେବତା ୯୭.୬୦%, କ୍ରିତିକା ପଟ୍ଟନାୟକ ୯୬.୬୦%, ଶୁଭାଶିଷ ସ୍ୱାଇଁ ୯୬% ମାର୍କ ରଖିଛନ୍ତି। ବିଦ୍ୟାଳୟର ଅଧ୍ୟକ୍ଷା ଡ. ସୁଜାତା ଏହି ସଫଳତା ପାଇଁ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍
ଏଠାରେ ସମସ୍ତ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ବିଜ୍ଞାନରେ ସ୍କୁଲ୍‍ର ଛାତ୍ର ଅମନ ପାତ୍ର ୯୮% ନମ୍ବର ରଖିଥିବା ବେଳେ ୩୦% ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି। ବାଣିଜ୍ୟରେ ଋଷି କେଡ଼ିଆ ଓ ଆଦିଶ୍ରୀ ପାଲା ୯୬% ନମ୍ବର ରଖିଛନ୍ତି। ୨୫%ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ୯୦%ରୁ ଅଧିକ ନମ୍ବର ହାସଲ କରିଛନ୍ତି। ହ୍ୟୁମାନିଟିଜ୍‌ରେ ଅମ୍ରିତା ନନ୍ଦ ୯୮%ନମ୍ବର ରଖିଥିବା ବେଳେ ୫୦ପ୍ରତିଶତରୁ ଅଧିକ ଛାତ୍ରଛାତ୍ରୀ ୯୦%ରୁ ଊର୍ଦ୍ଧ୍ୱ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ସ୍କୁଲ୍‍ର ଏହି ସଫଳତାରେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସନ୍ତୋଷବ୍ୟକ୍ତ କରିବା ସହ ସଫଳତା ହାସଲ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସ୍କୁଲ୍‍ର ଚେୟାରପର୍ସନ ମୋନାଲିସା ବଳ, ଅଧ୍ୟକ୍ଷ ସଞ୍ଜୟ ସୁଆର, ଶିକ୍ଷକ ଓ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ଭେଙ୍କଟେଶ୍ବର ଇଂରାଜୀ ମାଧ୍ୟମ ବିଦ୍ୟାଳୟ
ଚନ୍ଦ୍ରଶେଖରପୁରସ୍ଥିତ ଭେଙ୍କଟେଶ୍ବର ଇଂରାଜୀ ମାଧ୍ୟମ ବିଦ୍ୟାଳୟର ବିଜ୍ଞାନ ବିଭାଗରେ ଶିକ୍ଷା ଗ୍ରହଣ କରୁଥିବା ସମସ୍ତ ୭୨ ଜଣ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ଏହି ବିଦ୍ୟାଳୟର ରୋଶନ୍‌ ଛଟେଇ ସର୍ବାଧିକ ୯୪.୪% ମାର୍କ ରଖି ସ୍କୁଲ ଟପ୍‌ର ହୋଇଛନ୍ତି। ବାଣିଜ୍ୟ ବିଭାଗର ସମସ୍ତ ଛାତ୍ରଛାତ୍ରୀ ମଧ୍ୟ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ରିତ୍ବିକ୍‌ ସିଂଘଲ୍‌ ୯୩.୨% ନମ୍ବର ରଖି ଟପର୍‌ ହୋଇଛନ୍ତି। ଛାତ୍ରଛାତ୍ରୀଙ୍କ ସଫଳତା ପାଇଁ ବିଦ୍ୟାଳୟର ନିର୍ଦେଶକ ଚନ୍ଦ୍ରଶେଖର ପତି ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି।
ସେଣ୍ଟ ଜାଭିୟର, ଖଣ୍ଡଗିରି
ପରୀକ୍ଷା ଦେଇଥିବା ୧୪୧ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରୀତି ନୀଳାଞ୍ଜନା ୯୭.୨% ମାର୍କ ରଖି ପ୍ରଥମ ହୋଇଛନ୍ତି। ପ୍ରୀତି ସାହୁ ୯୭% ନମ୍ବର ରଖି ଦ୍ବିତୀୟ ସ୍ଥାନରେ ରହିଛନ୍ତି। ୪ଜଣ ୯୦%ରୁ ଅଧିକ ନମ୍ବର ରଖିଥିବା ବେଳେ ୨୦ ଛାତ୍ରଛାତ୍ରୀ ୯୦%ରୁ ଅଧିକ ନମ୍ବର ରଖିଛନ୍ତି। ଛାତ୍ରଛାତ୍ରୀଙ୍କ ଏଭଳି ସଫଳତା ପାଇଁ ବିଦ୍ୟାଳୟ ପକ୍ଷରୁ ମ୍ୟା‌ନେଜର୍‌ ବିବେକ ଭୂୟାର, ପ୍ରଧାନଶିକ୍ଷୟିତ୍ରୀ ରଞ୍ଜିତା ମଲ୍ଲ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ଫ୍ୟୁଚର ଭୁବନେଶ୍ବର
ବିଦ୍ୟାଳୟର ଛାତ୍ରଛାତ୍ରୀ ଅପୂର୍ବ ସଫଳତା ହାସଲ କରିଛନ୍ତି। ପରୀକ୍ଷା ଦେଇଥିବା ସମସ୍ତ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ଛାତ୍ରୀ ସୁରଚିତା ସାହୁ ୯୩% ମାର୍କ ରଖି ବିଦ୍ୟାଳୟର ଟପର୍‌ ହୋଇଛନ୍ତି। ଏଥିପାଇଁ ସ୍କୁଲର ଅଧ୍ୟକ୍ଷ ମାଥ୍ୟୁଥୋମାସ୍‌ ସମସ୍ତ ଛାତ୍ରଛାତ୍ରୀ, କର୍ମଚାରୀ ଓ ଅଭିଭାବକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସମ୍ବନ୍ଧିତ ଖବର