ଭୁବନେଶ୍ବର: ସିବିଏସ୍‌ଇ କାପାସିଟି ବିଲ୍ଡିଂ କାର୍ଯ୍ୟକ୍ରମ ବିକାଶ ଆବାସିକ ବିଦ୍ୟାଳୟ ପରସରରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ବିକାଶ ଗ୍ରୁପ୍‌ ଅଫ୍ ଇନ୍‌ଷ୍ଟିଚ୍ୟୁସନ୍‌ର ପ୍ରଶାସନିକ ନିର୍ଦ୍ଦେଶକ ଭି. ଶ୍ରୀନିବାସ, ଶୁଭଶ୍ରୀ ଦାସ ଓ ଲିଜାରାଣୀ ଦାସ, ବିକାଶ ଆବାସିକ ବିଦ୍ୟାଳୟର ଅଧ୍ୟକ୍ଷ ଆର.ବିଜୟକୁମାର, ଉପାଧ୍ୟକ୍ଷ ସଞ୍ଜୀବ ଦାସ ପ୍ରମୁଖ ଉଦ୍‌ଘାଟନ କରିଥିଲେ।

Advertisment

ଏଥିରେ ସିବିଏସ୍‌ଇ ଅଧୀନସ୍ଥ ଓଡ଼ିଶାର ୨୧ଟି ବିଦ୍ୟାଳୟରୁ ୫୪ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ। ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦକ୍ଷତାର ଅଭିବୃଦ୍ଧି ଏବଂ ଶ୍ରେଣୀ ପ୍ରକୋଷ୍ଠରେ ଖୁସିପୂର୍ଣ୍ଣ ବାତାବରଣ କିପରି ସୃଷ୍ଟି ହୋଇପାରିବ, ସେଥିପାଇଁ ‘ହାପି କ୍ଲାସ୍ ରୁମ୍’ ଥିଲା ଏହାର ମୁଖ୍ୟ ଉଦ୍ଦେଶ୍ୟ।