ପୁରୁଣା ଭୁବନେଶ୍ୱର: ବିଜେଇଏମ୍ ସ୍କୁଲ ପକ୍ଷରୁ ୟୁନିଟ୍ ୧ଇଣ୍ଡୋର ହଲ୍ ଓ ସ୍କୁଲ ପରିସରରେ ସିବିଏସ୍ଇ କ୍ଲଷ୍ଟର-୨ ବାସ୍କେଟ୍ବଲ୍ ଆସନ୍ତା ୩ତାରିଖରୁ ଆରମ୍ଭ ହେବ। ଏଥିରେ ଓଡ଼ିଶା ସମେତ ଛତିଶଗଡ଼ ଓ ପଶ୍ଚିମବଙ୍ଗର ୯୯ଟି ଟିମ୍ ଯୋଗ ଦେବା ସହ ୧ହଜାରରୁ ଅଧିକ ପ୍ରତିଯୋଗୀ ଭାଗ ନେବେ। ଏହି ଅନ୍ତଃରାଜୀୟ ଏହି ପ୍ରତିଯୋଗିତା ସମ୍ପର୍କରେ ସ୍କୁଲର ପରିଚାଳନା କମିଟି ପକ୍ଷରୁ କୁହାଯାଇଥିଲା ଯେ ଏହା ୩ଦିନ ଧରି ଚାଲିବ। ଉଦ୍ଘାଟନ ଉତ୍ସବରେ ଭାରତୀୟ ବାସ୍କେଟ୍ବଲ ଦଳର ଅଧିନାୟକ ବିଶେଷ ଭୃଗୁବଂଶୀ ଓ ସିବିଏସ୍ଇର ଆଞ୍ଚଳିକ ନିର୍ଦେଶକ ଟି ମୋତେ ଯୋଗଦେବେ। ଏନେଇ ଏକ ମାଷ୍କଟ୍ ‘ନୀଳକଣ୍ଠ’ ଉନ୍ମୋଚିତ କରାଯାଇଥିଲା। ଏଥିରେ ସ୍କୁଲ ପରିଚାଳନା କମିଟିର ଅଧ୍ୟକ୍ଷ ରଘୁନାଥ ମିଶ୍ର, ମ୍ୟାନେଜର ପ୍ରତାପ ଜେନା, ଆଡିସିନାଲ୍ ମ୍ୟାନେଜର୍ ଚିତ୍ତରଞ୍ଜନ ବୈରିଶାଲ୍, ସନତ ଦାସ, ସ୍କୁଲ ଅଧ୍ୟକ୍ଷା ସନ୍ଧ୍ୟା ଜେନା, ଉପାଧ୍ୟକ୍ଷା ପଲ୍ଲବୀ ମହାପାତ୍ର, ପିଇଟି ଏସ୍ଏନ୍ ସାହୁ ଓ ଶିକ୍ଷକ/ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ।