ଭୁବନେଶ୍ବରରେ ସିବିଏସ୍‌ଇ ପରୀକ୍ଷା ଫଳକୁ ନେଇ ଖୁସିର ମାହୋଲ

ଭୁବନେଶ୍ବର: ଭୁବନେଶ୍ବର ସହରରେ ସମସ୍ତ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ସିବିଏସଇ ପରୀକ୍ଷା ଫଳ ପ୍ରକାଶ ପାଇଛି। ଅଧିକ ଛାତ୍ରଛାତ୍ରୀ କୃତକାର୍ଯ୍ୟ କରିଥିବାବେଳେ ସବୁଠି ଖୁସିର ମାହୋଲ ସୃଷ୍ଟି ହୋଇଛି। ବିଭିନ୍ନ ସ୍କୁଲର ଫଳାଫଳ ନିମ୍ନରେ ଦିଆଯାଇଛି।

ଭେଙ୍କଟେଶ୍ବର ଇଂରାଜୀ ମାଧ୍ୟମ ବିଦ୍ୟାଳୟ

ଦଶମରେ ପରୀକ୍ଷା ଦେଇଥିବା ୧୯୯ଜଣଙ୍କ ମଧ୍ୟରୁ ୩୮ଜଣ ୯୦ ପ୍ରତିଶତରୁ ଊର୍ଦ୍ଧ୍ବ ନମ୍ବର ରଖିଥିବା ବେଳେ ଛାତ୍ର ସାର୍ଥକ ପଣ୍ଡା, ଛାତ୍ରୀ ରିତୀଶା ମିଶ୍ର ସର୍ବାଧିକ ୯୮ପ୍ରତିଶତ ନମ୍ବର ରଖି ଟପ୍‌ର ହୋଇଛନ୍ତି। ସେହିପରି ଦ୍ବାଦଶ ଶ୍ରେଣୀ ପରୀକ୍ଷାରେ ୧୬୨ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୧୮ଜଣ ୯୦ ପ୍ରତିଶତରୁ ଊର୍ଦ୍ଧ୍ବ ନମ୍ବର ରଖିଛନ୍ତି। ରିପସିନା ଦାସ ୯୬% ଓ ଈପ୍ସିତା ମହାପାତ୍ର ବିଭିନ୍ନ ବିଭାଗରେ ୯୫.୬% ନମ୍ବର ରଖି ବିଦ୍ୟାଳୟ ଟପ୍‌ର ହୋଇଛନ୍ତି। ବିଦ୍ୟାଳୟର ନିର୍ଦ୍ଦେଶକ ଚନ୍ଦ୍ରଶେଖର ପତି, ମ୍ୟାନେଜର ବସନ୍ତ ତ୍ରିପାଠୀ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଡିଏଭି ସ୍କୁଲ୍‌, ପୋଖରୀପୁଟ୍‌

୧୮୮ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୨୪ଜଣ ୯୦%ରୁ ଅଧିକ ନମ୍ବର ରଖିଛନ୍ତି। ଛାତ୍ର ଆଦିତ୍ୟ ପ୍ରଧାନ ୯୯.୮୦% ଓ ଛାତ୍ରୀ ପ୍ରିୟାଶା ପଟ୍ଟନାୟକ ୯୯.୪୦% ନମ୍ବର ରଖି ସ୍କୁଲ୍‌ ଟପ୍‌ର ହୋଇଛନ୍ତି। ଦ୍ବାଦଶ ବିଜ୍ଞାନରେ ପରୀକ୍ଷା ଦେଇଥିବା ୨୧୯ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୭୭ଜଣ ୯୦%ରୁ ଅଧିକ ନମ୍ବର ରଖିଛନ୍ତି। ରବିନାରାୟଣ ମିଶ୍ର ସର୍ବାଧିକ ନମ୍ବର ରଖି ସ୍କୁଲ୍‌ ଟପ୍‌ର ହୋଇଛନ୍ତି। ଛାତ୍ରଛାତ୍ରୀମାନଙ୍କ ଏହି ସଫଳତା ପାଇଁ ବିଦ୍ୟାଳୟ ଚେୟାରମ୍ୟାନ୍‌ ଅରୁଣ ରଥ, ଡିଏଭି ଓଡ଼ିଶା ସମୂହ ଜୋନ୍‌ର ଆଞ୍ଚଳିକ ଅଧିକାରୀ କେଶବ ଚନ୍ଦ୍ର ଶତପଥୀ, ଡିଏଭି ଜୋନ୍‌-୧ର ସହ ଆଞ୍ଚଳିକ ଅଧିକାରୀ ତଥା ବିଦ୍ୟାଳୟ ଅଧ୍ୟକ୍ଷା ସୁଜାତା ଅଭିନନ୍ଦନ ଜଣାଇଛନ୍ତି।

ଡିଏଭି ପବ୍ଲିକ ସ୍କୁଲ୍‌, ଶିଶୁପାଳଗଡ଼

ଦଶମରେ ୭୮ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୩ଜଣ ୯୦%ରୁ ଅଧିକ ନମ୍ବର ରଖିଛନ୍ତି। ୧୮ଜଣ ୮୦%ରୁ ଅଧିକ ଓ ଅନ୍ୟମାନେ ୭୦%ରୁ ଅଧିକ ନମ୍ବର ରଖିଛନ୍ତି। ୱାକିୟା ଆଫ୍ରିନ୍ ୯୯% ନମ୍ବର ରଖି ସ୍କୁଲ୍‌ ଟପର୍‌ ହୋଇଛନ୍ତି। ମନୋଜ ଭଦ୍ର ଓ ମଧୁମିତା ଭଦ୍ର ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ପ୍ରଭୁଜୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟ

ପାସ୍‌ ହାର ଶତ ପ୍ରତିଶତ ହୋଇଛି। ଦଶମରେ ଛାତ୍ରୀ ଶୁଭଶ୍ରୀ ବଳିୟାରସିଂହ ଓ ଅର୍ପିତା ଜେନା ୯୮% ନମ୍ବର ରଖି ସ୍କୁଲ ଟପ୍‌ର ହୋଇଛନ୍ତି। ଦ୍ବାଦଶରେ ବିଜ୍ଞାନରେ ଆଦ୍ୟାଶା ପଟ୍ଟନାୟକ ଓ ତନ୍ମୟୀ ତନୁସ୍ମିତା ୯୬% ମାର୍କ ରଖି ଟପ୍‌ର ହୋଇଛନ୍ତି। ବିଦ୍ୟାଳୟର ସଭାପତି ସ୍ବାମୀ ଶଙ୍କରାନନ୍ଦ ଗିରି, ସମ୍ପାଦିକା ବୀଣାପାଣି ରଥ, ଅଧ୍ୟକ୍ଷ ଅଭୟ ରଥ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସେଣ୍ଟ ଜାଭିୟର ହାଇସ୍କୁଲ ,ଖଣ୍ଡଗିରି

୧୩୯ ଜଣ ଛାତ୍ରଛାତ୍ରୀ ଦ୍ବାଦଶ ପରୀକ୍ଷା ଦେଇଥିଲେ। ସ୍କୁଲର ଛାତ୍ରୀ କୁମାରୀ ସିପ୍ରା ମହାନ୍ତି ୯୬.୨ ପ୍ରତିଶତ ନମ୍ବର ରଖି ସ୍କୁଲ ଟପର୍ ହୋଇଛନ୍ତି। ଦଶମ ଶ୍ରେଣୀରେ ୨୫୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଶତପ୍ରତିଶତ କୃତକାର୍ଯ୍ୟ ହୋଇଛନ୍ତି। ସ୍ନେହ ସିବାଙ୍ଗି ୯୯.୬ ପ୍ରତିଶତ ନମ୍ବର ରଖି ସ୍କୁଲ ଟପର୍‌ ହୋଇଛନ୍ତି। ଛାତ୍ରଛାତ୍ରୀଙ୍କ ସଫଳତା ନେଇ ପ୍ରଧାନ ଆଚାର୍ଯ୍ୟ ରଞ୍ଜିତା ମଲ୍ଲ ଶୁଭେଚ୍ଛା ଜଣାଇଛନ୍ତି।

ଶିବାନନ୍ଦ ଶତବାର୍ଷିକ ବିଦ୍ୟାଳୟ

ଦ୍ବାଦଶରେ ୬୭ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ବବୁଲ୍‌ ସାହୁ ୯୬.୪% ନମ୍ବର ରଖି ସ୍କୁଲ ଟପର୍ ହୋଇଛନ୍ତି। ଦୁଇଜଣ ୯୦%ରୁ ଅଧିକ, ୮ଜଣ ୮୦%ରୁ ଅଧିକ, ୨୯ଜଣ ୭୦%ରୁ ଅଧିକ ନମ୍ବର ରଖିଛନ୍ତି। ଦଶମରେ ୧୦୫ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ଜଗନ୍ନାଥ ଚୌଧୁରୀ ୯୨% ନମ୍ବର ରଖି ସ୍କୁଲ ଟପର୍‌ ହୋଇଛନ୍ତି। ଅଧ୍ୟକ୍ଷ ପ୍ରଫୁଲ୍ଲ ମହାପାତ୍ର ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଡିଏଭି, କଳିଙ୍ଗ ନଗର

ଦ୍ବାଦଶରେ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ସମସ୍ତ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ବିଜ୍ଞାନରେ ଇପ୍ସିତା ପାତ୍ର ୯୭.୬୦% ରଖି ସ୍କୁଲ ଟପର୍‌ ହୋଇଛନ୍ତି। ବାଣିଜ୍ୟରେ ସମସ୍ତ ୨୩ଜଣ ଛାତ୍ରଛାତ୍ରୀ ୬୦%ରୁ ଅଧିକ ନମ୍ବର ରଖିଛନ୍ତି। ଲିପ୍ସିତା ସାହୁ ୯୬.୬୦ ପ୍ରତିଶତ ରଖି ପ୍ରଥମ ହୋଇଛନ୍ତି। ଦଶମରେ ୯୯.୬% ସହ ଶୁଭଙ୍କର ଦାଶ ବିଦ୍ୟାଳୟ ଟପର୍‌ ହୋଇଛନ୍ତି। ବିଦ୍ୟାଳୟ ପରିଚାଳନା ସମିତିର ଅଧ୍ୟକ୍ଷ ମଦନ ମୋହନ ପଣ୍ତା, ଆଞ୍ଚଳିକ ନିର୍ଦ୍ଦେଶକ କେ ସି ଶତପଥୀ ଓ ବିଦ୍ୟାଳୟର ଅଧ୍ୟକ୍ଷ ବିପିନ୍ ସାହୁ କୃତୀ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର