ଭୁବନେଶ୍ବର: ଭୁବନେଶ୍ବର ସହରରେ ସମସ୍ତ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ସିବିଏସଇ ପରୀକ୍ଷା ଫଳ ପ୍ରକାଶ ପାଇଛି। ଅଧିକ ଛାତ୍ରଛାତ୍ରୀ କୃତକାର୍ଯ୍ୟ କରିଥିବାବେଳେ ସବୁଠି ଖୁସିର ମାହୋଲ ସୃଷ୍ଟି ହୋଇଛି। ବିଭିନ୍ନ ସ୍କୁଲର କୃତୀ ଛାତ୍ରଛାତ୍ରୀଙ୍କ ମତାମତ ନିଆଯାଇଛି। ସେମାନଙ୍କ ମୁହଁର କଥାକୁ ନେଇ ଏକ ଆଲେଖ୍ୟ।
Sambad is now on WhatsApp
Join and get latest news updates delivered to you via WhatsApp
ଡାକ୍ତର ହେବି
ସିବିଏସ୍ଇ ଦଶମ ଶ୍ରେଣୀ ପରୀକ୍ଷାରେ ୯୯.୮ ପ୍ରତିଶତ ମାର୍କ ରଖି ସ୍କୁଲ୍ ଟପର୍ ହୋଇଛି। ଭଲ ପରୀକ୍ଷାଫଳ ପାଇଁ ସବୁ ଶ୍ରେୟ ମୋ ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କୁ ଦେବି। ପରିବାରଲୋକଙ୍କର ଆଶୀର୍ବାଦ ଓ ସହଯୋଗ ମଧ୍ୟ ମୋ ସହ ସବୁବେଳେ ରହିଛି। ଡାକ୍ତର ହୋଇ ରୋଗୀ ସେବା କରିବା ପାଇଁ ମୁଁ ଲକ୍ଷ୍ୟ ରଖିଛି।
-ଆଦିତ୍ୟ କର, ସିବିଏସ୍ଇ ଦଶମ, ଓଡିଏମ୍ ପବ୍ଲିକ୍ ସ୍କୁଲ୍
ନିଟ୍ ପାଇଁ ପଢ଼ାପଢ଼ି କରୁଛି
କଠିନ ପରିଶ୍ରମ ହିଁ ସଫଳତାର ଶୀର୍ଷରେ ପହଞ୍ଚାଇବ। ମୁଁ ଦିନକୁ ୪ଘଣ୍ଟା ପରିଶ୍ରମ କରୁଥିଲି। ୯୮.୪ ପ୍ରତିଶତ ମାର୍କ ରଖି ମୁଁ ତା’ର ଫଳ ପାଇଛି। ସବୁ ଶ୍ରେୟ ମୋ ବାପା, ମା’ ଓ ଶିକ୍ଷକ, ଶିକ୍ଷୟତ୍ରୀମାନଙ୍କୁ ଦେବି। ଡାକ୍ତର ହେବା ପାଇଁ ଲକ୍ଷ୍ୟ ରଖିଛି। ଏବେଠୁ ନିଟ୍ ପ୍ରବେଶିକା ପରୀକ୍ଷା ପାଇଁ ପଢ଼ାପଢ଼ି କରୁଛି। ସଫଳତା ମିଳିବ ବୋଲି ମୁଁ ଆଶାବାଦୀ।
-ଚିରସ୍ମିତା ସ୍ବାଇଁ, ଡିଏଭି ପବ୍ଲିକ ସ୍କୁଲ୍, ପୋଖରୀପୁଟ୍
ସମୟର ଠିକ୍ ଉପଯୋଗ ସଫଳତା ଦେଇଛି
କରୋନା ମହାମାରୀ ଭଳି ସମୟର ମୁଁ ସଦୁପଯୋଗ କରିଥିବାରୁ ଆଜି ଏ ସଫଳତା ପାଇଛି। ମୁଁ ଚଳିତ ବର୍ଷ ଦ୍ବାଦଶ ଶ୍ରେଣୀ ବିଜ୍ଞାନରେ ୯୯ପ୍ରତିଶତ ନମ୍ବର ରଖିଛି। ସ୍କୁଲ୍ ତରଫରୁ ଶିକ୍ଷକମାନେ ମୋର ସ୍ବତନ୍ତ୍ର ଯତ୍ନ ନେଇଥିବାରୁ ପରୀକ୍ଷାରେ ଏତେ ଭଲ ନମ୍ବର ରଖିଛି। ସଫଳତାର ଶ୍ରେୟ ମୁଁ ପରିବାର ଓ ଗୁରୁଜନଙ୍କୁ ଦେବି।
-ମାନବୀ ଅଗ୍ରୱାଲ୍, ସାଇ ଇଣ୍ଟରନ୍ୟାସନାଲ ଆବାସିକ ସ୍କୁଲ
କଠିନ ପରିଶ୍ରମ ଏକମାତ୍ର ପନ୍ଥା
ଓଡ଼ିଶା ଆଦର୍ଶ ବିଦ୍ୟାଳୟରୁ ଦଶମ ଶ୍ରେଣୀରେ ସାରା ଓଡ଼ିଶାରୁ ପ୍ରଥମ ହେବା ପରେ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲରେ ଦ୍ବାଦଶରେ ନାମ ଲେଖାଇଥିଲି। ଚଳିତ ବର୍ଷ ପରୀକ୍ଷାରେ ମୁଁ ୯୮.୬ ପ୍ରତିଶତ ନମ୍ବର ରଖିଛି। ଜୀବନର ଲକ୍ଷ୍ୟ ପୂରଣ କରିବା ପାଇଁ କଠିନ ପରିଶ୍ରମ ଏକମାତ୍ର ପନ୍ଥା।
-ସଂଧ୍ୟା ପ୍ରିୟଦର୍ଶିନୀ ପଟ୍ଟନାୟକ, ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ
ଆଇଏଏସ୍ ହେବି
ସିବିଏସ୍ଇ ଦଶମ ପରୀକ୍ଷାରେ ୯୯ ପ୍ରତିଶତ ମାର୍କ ରଖି ସ୍କୁଲ୍ ଟପର୍ ହୋଇଛି। ପ୍ରତିଦିନ ୭ରୁ ୮ ଘଣ୍ଟା ଅଧ୍ୟୟନ କରୁଥିଲି। କରୋନା ସମୟରେ ସ୍କୁଲ ବନ୍ଦ ଥିଲା କିନ୍ତୁ ବିଦ୍ୟାଳୟରେ ଅନଲାଇନ୍ କ୍ଲାସ ସହ ଶିକ୍ଷକମାନଙ୍କ ସହଯୋଗ ଓ ପିତାମାତାଙ୍କ ପ୍ରେରଣା ପାଇଁ ମତେ ଏହି ସଫଳତା ମିଳିଛି। ଆଇଏଏସ୍ ହୋଇ ଲୋକଙ୍କ ସେବା କରିବା ପାଇଁ ଲକ୍ଷ୍ୟ ରଖିଛି।
-ସୁହାନା ଜେନା, ସାଇ ଇଣ୍ଟରନ୍ୟାସନାଲ ସ୍କୁଲ
ପରିଶ୍ରମର ଫଳ ପାଇଛି
ସିବିଏସ୍ଇ ଦଶମ ପରୀକ୍ଷାରେ ୯୯.୬ ପ୍ରତିଶତ ମାର୍କ ରଖି ସ୍କୁଲ ଟପର୍ ହୋଇଛି। କଠିନ ପରିଶ୍ରମ ପାଇଁ ଆଜି ମୁଁ ଏ ସଫଳତା ପାଇପାରିଛି। ପ୍ରତିଦିନ ୮ରୁ ୯ଘଣ୍ଟା ପରିଶ୍ରମ କରୁଥିଲି। ସଫଳତା ପଛରେ ମୋର ଶିକ୍ଷକ/ଶିକ୍ଷୟିତ୍ରୀ ଓ ପିତାମାତାଙ୍କ ଆଶୀର୍ବାଦ ରହିଛି।
-ଆୟୁଷ ମହାପାତ୍ର, ଡିଏଭି ଚନ୍ଦ୍ରଶେଖରପୁର
ପଢ଼ାରେ ଆହୁରି ଅଧିକ ସମୟ ଦେବି
ଦ୍ବାଦଶ ପରୀକ୍ଷାରେ ୯୮.୬ ପ୍ରତିଶତ ନମ୍ବର୍ ରଖି ଉତ୍ତୀର୍ଣ୍ଣ ହୋଇଛି। ପରିବାର ଲୋକେ ମୋତେ ବହୁତ ସହଯୋଗ କରିଛନ୍ତି। ବିଶେଷକରି ପଢ଼ିବା ପାଇଁ ମୋ ମା’ ସବୁବେଳେ ମୋତେ ଉତ୍ସାହିତ କରୁଥିଲେ। ସେଥିପାଇଁ ଆଜି ମୁଁ ଆଶାନୁଯାୟୀ ସଫଳତା ହାସଲ କରିଛି। ପ୍ରତିଦିନ ୭ ରୁ ୮ଘଣ୍ଟା ପଢ଼ାରେ ସମୟ ଦେଉଥିଲି। ଆଗକୁ ଆହୁରି ଅଧିକ ସମୟ ପଢ଼ାରେ ଦେବି।
-ତନମନା ମିଶ୍ର, ଡିଏଭି ଚନ୍ଦ୍ରଶେଖରପୁର