ସିବିଏସ୍‌ଇ ପରୀକ୍ଷା ଫଳ

ଭୁବନେଶ୍ବର: ଶୁକ୍ରବାର ସିବିଏସଇ ପରୀକ୍ଷା ଫଳ ପ୍ରକାଶ ପାଇଛି। ଭୁବନେଶ୍ବରର ବହୁ ବିଦ୍ୟାଳୟ ଶତପ୍ରତିଶତ ସଫଳତା ପାଇଛନ୍ତି। ଚଳିତବର୍ଷ ଭଲ ପରୀକ୍ଷା ଫଳ ହୋଇଥିବାରୁ ଅନେକ ସ୍କୁଲରେ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ମହଲରେ ଖୁସିର ମାହୋଲ ଦେଖିବାକୁ ମିଳିଛି। ତେବେ ଏହି ପରିପ୍ରେକ୍ଷୀରେ ଆସନ୍ତୁ ଜାଣିବା କେଉଁ ସ୍କୁଲରେ କିଭଳି ଫଳ ହୋଇଛି।

କୋହେନ ଇଣ୍ଟରନ୍ୟାସନାଲ ସ୍କୁଲ
ଜଟଣୀସ୍ଥିତ କୋହେନ ଇଣ୍ଟରନ୍ୟାସନାଲ ସ୍କୁଲରେ ଚଳିତ ବର୍ଷ ସିବିଏସଇ ପ୍ରଥମ ବ୍ୟାଚ୍‌ରେ ଶତପ୍ରତିଶତ ରେଜଲ୍ଟ ହୋଇଛି। ଦ୍ବାଦଶରେ ଶୁଭ୍ରାଂଶୁ ସାହୁ ଓ ଦଶମରେ ବିବେକାନନ୍ଦ ପଣ୍ଡା ବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଶତପ୍ରତିଶତ ରେଜଲ୍ଟ ପାଇଁ ବିଦ୍ୟାଳୟ ଅଧ୍ୟକ୍ଷ ଜ୍ୟୋତିରଞ୍ଜନ ତ୍ରିପାଠୀ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି।

ଟିଏସଜି ଗୁରୁକୁଳର ସଫଳତା
ଟିଏସଜି ଗୁରୁକୁଳ ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଶତପ୍ରତିଶତ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଦଶମରେ ୩୭ ଜଣ ୯୦ ପ୍ରତିଶତରୁ ଊର୍ଦ୍ଧ୍ବ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଦ୍ବାଦଶ ପରୀକ୍ଷାରେ ୨୩ ଜଣ ୯୦ ପ୍ରତିଶତରୁ ଊର୍ଦ୍ଧ୍ବ ନମ୍ବର ରଖି ବିଦ୍ୟାଳୟର ଗୌରବ ମଣ୍ଡନ କରିଛନ୍ତି। ଏଥିପାଇଁ ଅନୁଷ୍ଠାନର ମୁଖ୍ୟ ସାରଦା ପ୍ରସାଦ ମିଶ୍ର ଛାତ୍ରଛାତ୍ରୀମାନଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି।

‌କେନ୍ଦ୍ରୀୟ ବିଦ୍ୟାଳୟ-୬, ପୋଖରୀପୁଟ
ଏଠାରେ ଦଶମରେ ପାସ୍‌ହାର ଶତ ପ୍ରତିଶତ ହୋଇଛି। ୫୯ଜଣ ପରୀକ୍ଷା ଦେଇଥିବାବେଳେ ଛାତ୍ରୀ ପିୟୁଷା ପାତ୍ର ଓ ଛାତ୍ର ଆୟେଷ ପଟ୍ଟନାୟକ ୯୮% ନମ୍ବର ରଖିଛନ୍ତି। ଦ୍ବାଦାଶରେ ଆଲୋକ ସାହୁ ୯୪% ମାର୍କ ରଖିଛନ୍ତି।

ଜୁପିଟର ପବ୍ଲିକ୍‌ ସ୍କୁଲ୍‌

Jupiter Public School

ସିବିଏସ୍‌ଇ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳରେ ଜୁପିଟର୍ ପବ୍ଲିକ୍‌ ସ୍କୁଲ ଶତପ୍ରତିଶତ ପାସ୍‌ ହାର ସହ ଉତ୍ତମ ପ୍ରଦର୍ଶନ କରିଛି। ଦ୍ବାଦଶ ପରୀକ୍ଷାରେ ପ୍ରଭୁଦତ୍ତ ମଙ୍ଗୁଆଳ ୯୮ ପ୍ରତିଶତ ଓ ଦଶମ ପରୀକ୍ଷାରେ ଶର୍ମିଷ୍ଠା ବେହେରା ୯୬.୨ ପ୍ରତିଶତ ମାର୍କ ରଖି ସ୍କୁଲ ଟପ୍ପର ହୋଇଛନ୍ତି। ଏହି ସଫଳତା ପାଇଁ ଜୁପିଟର୍ ପବ୍ଲିକ୍ ସ୍କୁଲ୍ ଅଧ୍ୟକ୍ଷା ନିରୁପମା ପାତ୍ର ଓ ରୋହିତ କୁମାର ଷଡ଼ଙ୍ଗୀ ପିଲାମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଚନ୍ଦ୍ରଶେଖରପୁର ଡିଏଭି
ଦଶମ ଓ ଦ୍ବାଦଶ ପରୀକ୍ଷାରେ ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲର ଛାତ୍ରଛାତ୍ରୀମାନେ ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି। ଦଶମ ଶ୍ରେଣୀରେ ଆୟୁଷ ମହାପାତ୍ର ୯୯.୬ପ୍ରତିଶତ ମାର୍କ ରଖି ବିଦ୍ୟାଳୟ ଟପ୍ପର ହୋଇଥିବା ବେଳେ ଅଙ୍କିତ ପରିଡ଼ା, ନବେନ୍ଦୁ କୁମାର ମହାକୁଡ଼, ଆକ୍ଷାନ୍ତ ବେଉରିଆ ୯୯.୪ ପ୍ରତିଶତ ଲେଖାଏ ନମ୍ବର ରଖିଛନ୍ତି। ସେହିପରି ଦ୍ବାଦଶରେ ତନ୍ମନା ମିଶ୍ର ୯୮.୬ ପ୍ରତିଶତ ନମ୍ବର ରଖି ସ୍କୁଲ ଟପ୍ପର ହୋଇଥିବା ବେଳେ ଅର୍ଜିତ କୁମାର ପତି ୯୮ପ୍ରତିଶତ ରଖି ଦ୍ବିତୀୟ ସ୍ଥାନ, ସ୍ଥିତି ପାଢ଼ୀ, ସଦଭାବ ପ୍ରଧାନ, ରୁତିଜା ସ୍ବାଇଁ ୯୭.୪ ପ୍ରତିଶତ ଲେଖାଏ ମାର୍କ ରଖିଛନ୍ତି। ବାଣିଜ୍ୟ ବିଭାଗରେ ୫୧ଜଣ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୧୧ଜଣ ୯୦ ପ୍ରତିଶତରୁ ଊର୍ଦ୍ଧ୍ବ, ୩୪ ଜଣ ୮୦ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି।

ଭେଙ୍କଟେଶ୍ବର ଇଂରାଜୀ ମାଧ୍ୟମ ବିଦ୍ୟାଳୟ
ଖୋର୍ଦ୍ଧା ମିନ୍‌ଚିନ୍‌ପାଟନାସ୍ଥିତ ଭେଙ୍କଟେଶ୍ବର ଇଂରାଜୀ ମାଧ୍ୟମ ବିଦ୍ୟାଳୟର ୧୦ମ ଶ୍ରେଣୀ ସିବିଏସସି ପରୀକ୍ଷାରେ ଛାତ୍ରଛାତ୍ରୀମାନେ ଆଶାତୀତ ସଫଳତା ଅର୍ଜନ କରିଛନ୍ତି। ୧୦ମ ଶ୍ରେଣୀ ପରୀକ୍ଷା ଦେଇଥିବା ମୋଟ ୧୧୦ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୫ ଜଣ ୯୦ %ରୁ ଊର୍ଦ୍ଧ୍ବ, ୭୨ ଜଣ ୭୫ %ରୁ ଊର୍ଦ୍ଧ୍ବ, ନମ୍ବର ରଖିଛନ୍ତି। ସେମାନଙ୍କ ମଧ୍ୟରୁ ସ୍ବସ୍ତିକ ରାଉତ ୯୮.୧୬ % ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର, ଶୁଭଶ୍ରୀ ପ୍ରଧାନ ୯୮ % ନମ୍ବର ରଖି ଦ୍ବିତୀୟ ସ୍ଥାନ ଓ ଶୁଭଜିତ ସ୍ବାଇଁ ୯୭.୮ % ନମ୍ବର ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଏହି ସଫଳତା ପାଇଁ ବିଦ୍ୟାଳୟର ନିର୍ଦ୍ଦେଶକ ଚନ୍ଦ୍ରଶେଖର ପତି, ପରିଚାଳକ ବସନ୍ତ କୁମାର ତ୍ରିପାଠୀ, ଅଧକ୍ଷା ଐଶ୍ବର୍ଯ୍ୟାମୟୀ ଦାସ, ସମ୍ପାଦକ ବିଜୟ କୁମାର ନାୟକ, ଟ୍ରଷ୍ଟ ସମ୍ପାଦକ କେ କେ ଦେବୀ ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକଙ୍କୁ ଧନ୍ୟବାଦ ଦେଇଛନ୍ତି।

ଡୁନ୍ ଇଣ୍ଟରନ୍ୟାସନାଲ୍

DigitalLEARNING Magazine – Elets Technomedia

 

ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷାରେ ଡୁନ ଇଣ୍ଟରନ୍ୟାସନାଲ ସ୍କୁଲ ଶତପ୍ରତିଶତ ସଫଳତା ହାସଲ କରିଛି। ଦ୍ୱାଦଶ ଓ ଦଶମ ଶ୍ରେଣୀରେ ସର୍ବମୋଟ ୪୮୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ, ସମସ୍ତେ କୃତକାର୍ଯ୍ୟ ହୋଇଛନ୍ତି। ଦ୍ୱାଦଶ ଶ୍ରେଣୀରେ ଅନୁଧ ମିଶ୍ର ଓ ଶ୍ରୀୟାସ ନାୟକ ୯୮.୨ ପ୍ରତିଶତ ନମ୍ବର ରଖି ଯୁଗ୍ମ ଟପ୍ପର ହୋଇଥିବା ବେଳେ ୧୨୭ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି। ସେହିପରି ଦଶମ ଶ୍ରେଣୀରେ ସୌରଭ ସ୍ୱାଗତ ସ୍ୱାଇଁ, ମାନସୀ ସିଂ ଓ ଇପସିତ୍ ପ୍ରିୟଦର୍ଶୀ ଟପ୍ପର ହୋଇଥିଲାବେଳେ ଅନ୍ୟ ସମସ୍ତ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ସ୍କୁଲର ଚେୟାରମ୍ୟାନ ଶରତ ଚନ୍ଦ୍ର ରାଉତରାୟ ଓ ଅଧ୍ୟକ୍ଷ ଅରୁଣ କୁମାର ପତି ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

 

ସମ୍ବନ୍ଧିତ ଖବର