ସିବିଏସ୍ଇ ସଫଳତା, ମଦର୍ସ ପବ୍ଲିକ ସ୍କୁଲ

ମଦର୍ସ ପବ୍ଲିକ ସ୍କୁଲରେ ୧୫୯ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତ ଓ ଏହାଠାରୁ ଅଧିକ ନମ୍ବର ରଖିଛନ୍ତି। ବିଜ୍ଞାନରେ ଶାଲିନୀ ଶୀତଲ ୯୮.୨ ପ୍ରତିଶତ ନମ୍ବର ରଖି ରାଜ୍ୟ ଟପର ହୋଇଛନ୍ତି। ସେହିପରି ଟି. ସାଇ ସବ୍ୟସାଚୀ ୯୫.୪ ପ୍ରତିଶତ ନମ୍ବର ରଖି ବାଣିଜ୍ୟରେ ସ୍କୁଲ ଟପର୍‌ ଓ ଅମ୍ରିତା ଆଦିତି ୯୬.୪ ପ୍ରତିଶତ ନମ୍ବର ରଖି ହ୍ୟୁମାନିଟିଜ୍‌ରେ ସ୍କୁଲ ଟପର୍‌ ହୋଇଛନ୍ତି।
ସେଣ୍ଟ ଜାଭିୟର୍ସ ହାଇସ୍କୁଲ, ଖଣ୍ଡଗିରି
ସାର୍ଥକ ମିଶ୍ର ୯୬.୮ ପ୍ରତିଶତ ନମ୍ବର ରଖି ସ୍କୁଲ ଟପର୍‌ ହୋଇଛନ୍ତି। ନିର୍ମାଲ୍ୟ ରାୟ ୯୬.୬ ପ୍ରତିଶତ ନମ୍ବର ରଖି ସ୍କୁଲରେ ଦ୍ବିତୀୟ ଓ ଅନିନ୍ଦିତ ସାହୁ ୯୫.୬ ପ୍ରତିଶତ ନମ୍ବର ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସ୍କୁଲର ମୋଟ ୧୧୭ ଛାତ୍ରଛାତ୍ରୀ ଦ୍ବାଦଶ ବୋର୍ଡ ପରୀକ୍ଷା ଦେଇଥିବା ବେଳେ ପାସ୍‌ ହାର ୯୭.୫ ପ୍ରତିଶତ ରହିଛି। ୫ଜଣ ଛାତ୍ରଛାତ୍ରୀ ୯୫ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ବେଳେ ୧୬ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି।
ଗୌରୀଶଙ୍କର ଇଂରାଜୀ ମାଧ୍ୟମ ବିଦ୍ୟାଳୟ
ଗୌରୀଶଙ୍କର ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ୧୫୨ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୧୩୯ ଜଣ କୃତକାର୍ଯ୍ୟ ହୋଇଛନ୍ତି। ମନୀଷା ଜେନା ୯୭ ପ୍ରତିଶତ ନମ୍ବର ରଖି ସ୍କୁଲ ଟପର୍‌ ହୋଇଛନ୍ତି। ୨୫ ଜଣ ଛାତ୍ରଛାତ୍ରୀ ୯୦ରୁ ୯୬.୨ ପ୍ରତିଶତ ନମ୍ବର ରଖିଛନ୍ତି।
ଡିଏଭି ପବ୍ଲିକ ସ୍କୁଲ, ୟୁନିଟ-୮
ବିଜ୍ଞାନ ବିଭାଗରେ ଦିଶା ଅଗ୍ରୱାଲ ଏବଂ ମାନବେଶ ପ୍ରଧାନ ୯୭.୬ ପ୍ରତିଶତ ନମ୍ବର ରଖି ପ୍ରଥମ, ସୌଭାଗ୍ୟ ରଂଜନ ସେଠୀ ଓ ଅନୁଷ୍କା ରାଉତରାୟ ୯୭.୨ ପ୍ରତିଶତ ନମ୍ବର ରଖି ଯୁଗ୍ମ ଭାବେ ଦ୍ବିତୀୟ ଏବଂ ରଶ୍ମିରଂଜନ ଦାସ ୯୬.୮ ପ୍ରତିଶତ ନମ୍ବର ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ବିଜ୍ଞାନ ପରୀକ୍ଷାରେ ୩୨୪ ପରୀକ୍ଷାର୍ଥୀ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୩୨୨ଜଣ ପ୍ରଥମ ଶ୍ରେଣୀରେ ପାସ୍‌ କରିଛନ୍ତି। ୩୫ଜଣ ୯୫ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି।
ବାଣିଜ୍ୟ ବିଭାଗରେ ସମସ୍ତ ୮୩ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୮୦ଜଣ ପ୍ରଥମ ଶ୍ରେଣୀରେ ପାସ୍‌ କରିଛନ୍ତି। ଦୀପିକା ବୋଥ୍ରା ୯୬.୪ ପ୍ରତିଶତ ନମ୍ବର ରଖି ପ୍ରଥମ, ଗୀତିକା ବିଶ୍ବାଳ ଓ ମ୍ରିଦୁଲ ସରଫ ଯୁଗ୍ମ ଦ୍ବିତୀୟ ଏବଂ ସ୍ବାତୀ ଚୌଧୁରୀ ୯୫.୨ ପ୍ରତିଶତ ନମ୍ବର ରଖି ତୃତୀୟ ସ୍ଥାନ ହାସଲ କରିଛନ୍ତି। ୪ଜଣ ୯୫ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି।
ସେହିପରି କଳା ବିଭାଗରେ ସମସ୍ତ ୩ ଜଣ ପରୀକ୍ଷାର୍ଥୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଅରିଜିତ୍‌ ପଟ୍ଟନାୟକ ୭୫.୭ ପ୍ରତିଶତ ନମ୍ବର ରଖି ପ୍ରଥମ ସ୍ଥାନ ହାସଲ କରିଛନ୍ତି।
ଡିଏଭି ପବ୍ଲିକ ସ୍କୁଲ, ଚନ୍ଦ୍ରଶେଖରପୁର
ବିଜ୍ଞାନ ବିଭାଗରେ ୩୬୫ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୯୨ଜଣ ୯୦ ପ୍ରତିଶତରୁ ଅଧିକ ନମ୍ବର ଓ ୫୦ଜଣ ୯୫ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି। ମୀରା ଉପାସନା ୯୮ ପ୍ରତିଶତ, ଅଙ୍କିତା ସରିନ ୯୭.୮ପ୍ରତିଶତ ଓ ସ୍ବସ୍ତିକା ସାମନ୍ତ୯୭.୪ ପ୍ରତିଶତ ନମ୍ବର ସହ ସ୍କୁଲର ପ୍ରଥମ ତିନି ସ୍ଥାନ ହାସଲ କରିଛନ୍ତି।
ବାଣିଜ୍ୟରେ ୫୦ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୫ଜଣ ୯୦ ପ୍ରତିଶତରୁ ଅଧିକ ଓ ୪ଜଣ ୯୫ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି। ମୟଙ୍କ ଅଗ୍ରୱାଲ ୯୬.୬ ପ୍ରତିଶତ, ଅନନ୍ୟରୂପା ତ୍ରିପାଠୀ ୯୬ ପ୍ରତିଶତ ଓ ସୂରଜ ଜୟସ୍ବାଲ ୯୫.୮ ନମ୍ବର ସହ ପ୍ରଥମ ତିନୋଟି ସ୍ଥାନ ହାସଲ କରିଛନ୍ତି।
ସେହିପରି କଳାରେ ସମସ୍ତ ୧୮ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ୭ଜଣ ୯୦ ପ୍ରତିଶତରୁ ଅଧିକ ଓ ୨ଜଣ ୯୫ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି। ପ୍ରଜ୍ଞାପ୍ରାଚୀ ପାଣ୍ଡେ ୯୫.୨ ପ୍ରତିଶତ, ରାଜଶ୍ରୀ ମିଶ୍ର ୯୫ ପ୍ରତିଶତ ଓ ଶ୍ବେତା ପଣ୍ଡା ୯୪.୬ ପ୍ରତିଶତ ନମ୍ବର ସହ ପ୍ରଥିମ ତିନୋଟି ସ୍ଥାନରେ ରହିଛନ୍ତି।
ପ୍ରଭୁଜୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟ
ବିଜ୍ଞାନ ବିଭାଗରେ ଅନୁଭବ ସାହୁ ଶତକଡ଼ା ୯୫ ଭାଗରୁ ଅଧିକ ନମ୍ବର ରଖି ସ୍କୁଲ ଟପର୍‌ ହୋଇଛନ୍ତି। ବାଣିଜ୍ୟ ବିଭାଗରେ ଭୂମିକା ଟଙ୍କ ୯୧ପ୍ରତିଶତ ନମ୍ବର ରଖିଛନ୍ତି। ସମୁଦାୟ ୧୭୮ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୯ଜଣ ଶତକଡ଼ା ୯୦ରୁ ଅଧିକ ନମ୍ବର ରଖିଥିବା ବେଳେ ୧୪୭ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି।
ଡିଏଭି ପବ୍ଲିକ ସ୍କୁଲ, ପୋଖରୀପୁଟ
ବିଜ୍ଞାନ ବିଭାଗରେ ମୋଟ ୧୯୪ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୪ଜଣ ୯୦ପ୍ରତିଶତରୁ ଊର୍ଧ୍ବ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ଅପୂର୍ବା ପରିଡ଼ା ୯୬ ପ୍ରତିଶତ ସହ ପ୍ରଥମ, ଅମୋଘ ପତି ଓ ସ୍ମୃତି ମହାନ୍ତି ୯୫.୮ ପ୍ରତିଶତ ସହ ଯୁଗ୍ମ ଦ୍ବିତୀୟ ଏବଂ ଇଶାନ ଶୁଭଙ୍କର ପ୍ରଧାନ ୯୫.୬ ପ୍ରତିଶତ ନମ୍ବର ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ବାଣିଜ୍ୟ ବିଭାଗରେ ଆଦର୍ଶ କୁମାର ଦୋରା ୯୭.୪ ନମ୍ବର ସହ ପ୍ରଥମ, ଅଙ୍କିତ ସାହୁ ୯୫.୬ ପ୍ରତିଶତ ସହ ଦ୍ବିତୀୟ ଏବଂ ପାନ୍‌ସୀ ପିଆଲି ବଳିଆରସିଂହ ଓ ନିର୍ଲିପ୍ତା ରଥ ୯୩.୮ ପ୍ରତିଶତ ନମ୍ବର ରଖି ଯୁଗ୍ମ ଭାବେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।
ସାଇ ଇଣ୍ଟରନ୍ୟାସନାଲ ସ୍କୁଲ
ରୋଜି ଦାଶ ବିଜ୍ଞାନ ବିଭାଗରେ ୯୭.୬ ପ୍ରତିଶତ ନମ୍ବର ରଖି ସ୍କୁଲ ଟପର୍‌ ହୋଇଛନ୍ତି। ବାଣିଜ୍ୟରେ ଇଷିତା ପଟ୍ଟନାୟକ ଓ ପ୍ରଥମ ଅଗ୍ରୱାଲ ୯୭.୨ପ୍ରତିଶତ ନମ୍ବର ରଖି ଯୁଗ୍ମ ଭାବେ ସ୍କୁଲ ଟପର୍‌ ହେବା ସହ ରାଜ୍ୟ ଟପ୍ପର ହୋଇଛନ୍ତି। ସେହିପରି ହ୍ୟୁମାନିଟିଜ୍‌ ବିଭାଗରେ ନିସ୍କା ମିଶ୍ର ୯୬.୪ ପ୍ରତିଶତ ନମ୍ବର ରଖି ସ୍କୁଲ ଟପ୍ପର ହୋଇଛନ୍ତି। ମୋଟ ୪୮୫ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪୭ ପ୍ରତିଶତ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି।
ଓଡିଏମ୍‌ ପବ୍ଲିକ ସ୍କୁଲ
ବିଜ୍ଞାନରେ ପ୍ରୟୁସା ସ୍ବାଇଁ ୯୭ପ୍ରତିଶତ ନମ୍ବର ରଖି ସ୍କୁଲ ଟପ୍ପର ହୋଇଥିବା ବେଳେ ସ୍ବାଗତ ନାୟକ ଓ ସାଗର ସାମଲ ୯୬.୨ ପ୍ରତିଶତ ନମ୍ବର ରଖି ମିଳିତ ଭାବେ ଦ୍ବିତୀୟ ଏବଂ ଋଷଭ ଅଗ୍ରୱାଲ ୯୫ ପ୍ରତିଶତ ନମ୍ବର ସହ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ବାଣିଜ୍ୟରେ ଚେତନ ଅଗ୍ରୱାଲ ୯୬ ପ୍ରତିଶତ ନମ୍ବର ସହ ସ୍କୁଲରେ ପ୍ରଥମ ହୋଇଛନ୍ତି।
କିଟ୍‌ ଇଣ୍ଟରନ୍ୟାସନାଲ ସ୍କୁଲ
ବିଜ୍ଞାନରେ ସମୀକ୍ଷା ଗର୍ଗ ୯୮ ପ୍ରତିଶତ ନମ୍ବର ସହ ସ୍କୁଲ ଟପର୍‌ ହୋଇଛନ୍ତି। ବାଣିଜ୍ୟରେ ଆଶିଷ ପଣ୍ଡା ଓ କଳାରେ ଅନନ୍ୟା ଶ୍ରୀତମ ନନ୍ଦ ଯଥାକ୍ରମେ ୯୭ ଓ ୯୬ ପ୍ରତିଶତ ନମ୍ବର ରଖି ସ୍କୁଲ ଟପର୍‌ ହୋଇଛନ୍ତି।
ବିଜେଇଏମ୍‌
ବକ୍ସି ଜଗବନ୍ଧୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟ (ବିଜେଇଏମ୍‌)ରେ ଦ୍ବାଦଶ ଶ୍ରେଣୀରେ ୧୮୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ସାତ୍ତ୍ବିକ ମିଶ୍ର ସର୍ବାଧିକ ୯୭.୨% ନମ୍ବର ରଖି ବିଦ୍ୟାଳୟକୁ ଗୌରବାନ୍ୱିତ କରିଛନ୍ତି। ବିଜ୍ଞାନରେ ୪୬ଜଣ ଛାତ୍ରଛାତ୍ରୀ ୯୦%ରୁ ଅଧିକ ନମ୍ବର ରଖି ବିଦ୍ୟାଳୟ ପାଇଁ ସଫଳତା ଆଣିଛନ୍ତି। ସେହିପରି ଯୁକ୍ତ ଦୁଇ ବାଣିଜ୍ୟରେ ୬୮ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୪ଜଣ ୯୦%ରୁ ଅଧିକ ନମ୍ବର ରଖିଛନ୍ତି। ଜୟବ୍ରତ ଦାସ ସର୍ବାଧିକ ୯୫.୮% ନମ୍ବର ରଖିଛନ୍ତି।

ସମ୍ବନ୍ଧିତ ଖବର