ସିସିଏ ପକ୍ଷରୁ ପେନ୍‌ସନ୍‌ ଅଦାଲତ

ଭୁବନେଶ୍ବର: ସିସିଏ(କଣ୍ଟ୍ରୋଲର କମ୍ୟୁନିକେସନ୍‌ ଆକାଉଣ୍ଟ) ପକ୍ଷରୁ ଅନୁଷ୍ଠାନ ସଭାଗୃହରେ ପେନ୍‌ସନ୍‌ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ସିସିଏର ନିୟନ୍ତ୍ରକ ସଂଚାର ଲେଖା ଲୋପାମୁଦ୍ରା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ସଚିବ ଭାସ୍କରଜ୍ୟୋତି ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଆୟୋଜିତ ଟେକ୍ନିକାଲ୍‌ ସେସନ୍‌ରେ ପେନ୍‌ସନଧାରୀଙ୍କ ପୁଞ୍ଜି ବିନିଯୋଗ, ଆଇନଗତ ଅଧିକାର, ସମାଜିକ ସୁରକ୍ଷା, ଇନ୍‌ସ୍ୟୁରାନ୍ସ, ପୋ‌ଷ୍ଟାଲ୍‌ ବ୍ୟାଙ୍କ ସେବା ଆଦି ଉପରେ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ପୁଲିସ ଅଧିକାରୀ, ବିଭିନ୍ନ ବ୍ୟାଙ୍କ ଓ ଇନ୍‌ସ୍ୟୁରାନ୍ସର ପ୍ରତିନିଧିମାନେ ଯୋଗଦେଇ ବରିଷ୍ଠ ନାଗରିକଙ୍କୁ ପୁଞ୍ଜି ନିବେଶ, ସା‌ମାଜିକ ସୁରକ୍ଷା ଓ ବିଭିନ୍ନ ସେବା ଉପରେ ସଚେତନ କରାଇଥିଲେ। ସିସିଏର ଜିଏମ୍‌(ମାନବସମ୍ବଳ) ପି.କେ ମହାପାତ୍ର ମଞ୍ଚ ପରିଚାଳନା କରିଥିବା ବେଳେ ଚିତ୍ତରଂଜନ ପଣ୍ଡା ସ୍ବାଗତ ଭାଷଣ ଦେଇଥିଲେ। ଶେଷରେ ଏସ୍‌.କେ ଜାହିରୁଦ୍ଦିନ୍‌ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର