ଭୁବନେଶ୍ବର: ରାସ୍ତାରେ ବୁଲୁଛନ୍ତି ଯୌନ ପିପାସୁ। ନାବାଳିକାଙ୍କୁ ଏକୁଟିଆ ପାଇଲେ ରାସ୍ତା ମଝିରେ ଅସଦାଚରଣ କରୁଛନ୍ତି। କେଉଁ ଉପାନ୍ତ ଅଞ୍ଚଳ ନୁହେଁ, ରାଜଧାନୀର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ରବିବାର ଦିନ ଦି’ପହରେ ଘଟିଥିବା ଏଭଳି ଏକ ଆପରାଧିକ ଘଟଣା ଅଭିଭାବକଙ୍କ ନିଦ ହଜାଇ ଦେଇଛି। ଏ ସଂପର୍କରେ ନାବାଳିକାଙ୍କ ପରିବାରଲୋକ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଏହି ପୂରା ଘଟଣା କଏଦ୍ ହୋଇଥିବା ସିସିଟିଭି ଫୁଟେଜ୍କୁ ଜବତ କରି ପୁଲିସ ଅଭିଯୁକ୍ତକୁ ଠାବ କରିବାକୁ ଉଦ୍ୟମ ଚଳାଇଛି। ସୂଚନା ଅନୁଯାୟୀ, ପୀଡ଼ିତା ଛାତ୍ରୀ ଲକ୍ଷ୍ମୀସାଗର ଅଞ୍ଚଳରେ ରୁହନ୍ତି। ରବିବାର ପୂର୍ବାହ୍ନରେ ସେ ଟ୍ୟୁସନ୍ ବାହାରିଥିଲେ। ସେ ସାଇକେଲ୍ରେ ଯାଉଥିବା ବେଳେ ପଛପଟୁ ଜଣେ ଯୁବକ ତାଙ୍କୁ ବାଇକ୍ରେ ପିଛା କରିଥିଲା। କିଛି ବାଟ ଯିବା ପରେ ଯୁବକଜଣକ ତାଙ୍କୁ ଅଟକାଇ କଥାବାର୍ତ୍ତା ବାହାନାରେ ପାଖକୁ ଆସିଥିଲା। ଛାତ୍ରୀଜଣଙ୍କ କିଛି ବୁଝିବା ପୂର୍ବରୁ ସେ ହଠାତ୍ ତାଙ୍କୁ ଟଣାଓଟରା କରି ଅସଦାଚରଣ କରିଥିଲା। ତାଙ୍କ ଗାଲ ଓ ବିଭିନ୍ନ ଜାଗାରେ ଚୁମ୍ବନ ଦେଇଥିଲା। ଏହାର ପ୍ରତିବାଦ କରି ଛାତ୍ରୀଜଣଙ୍କ ସେଠାରୁ ଖସିବାକୁ ଉଦ୍ୟମ କରିଥିଲେ ହେଁ ଯୁବକଜଣକ ତାଙ୍କୁ ପିଛା କରି ପୁଣିଥରେ ଅସଦାଚରଣ ଉଦ୍ୟମ କରିଥିଲା। ତେବେ ମୁଖ୍ୟ ରାସ୍ତାକୁ ବାହାରିବା ପରେ ଛାତ୍ରୀଜଣକ ଦ୍ରୁତ ଗତିରେ ସାଇକେଲ୍ ଚଳାଇ ପଳାଇଥିଲେ।
ରାସ୍ତା ମଝିରେ ନାବାଳିକାକୁ ଅସଦାଚରଣ, ସିସିଟିଭି ଫୁଟେଜ୍ରେ ଯୌନପିପାସୁ
/sambad/media/post_attachments/wp-content/uploads/2019/06/cctv-camera.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)