ପଟିଆ ଅଞ୍ଚଳରୁ ଏଟିଏମ ଭାଙ୍ଗି ୨୭ଲକ୍ଷ ଲୁଟ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ପଟିଆ ଅଂଚଳରେ ଥିବା ଏକ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏଟିଏମକୁ ଭାଙ୍ଗି ଦୁର୍ବୃତ୍ତ ୨୭ ଲକ୍ଷ ଟଙ୍କା ଲୁଟ୍ କରି ନେଇଛନ୍ତି । ଗ୍ୟାସ କଟରରେ ଏଟିଏମର ଆଇରନ ଚେଷ୍ଟ କାଟି ୨ ଜଣ ଦୁର୍ବୃତ୍ତ ଏହି ଟଙ୍କା ଲୁଟି ନେଇଥିବା‌ ଜଣାଯାଇଛି।

ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ଗ୍ୟାସ୍ କଟରରେ ଏଟିଏମ ଭାଙ୍ଗି ସେଥିରୁ ଟଙ୍କା ଲୁଟ କରିଛନ୍ତି । ଗତକାଲି ବିଳମ୍ବିତ ରାତ୍ରିରେ ଏହି ଘଟଣା ଘଟିଛି । ଘଟଣାସ୍ଥଳରୁ ଗ୍ୟାସ କଟର ଜବତ ହୋଇଛି । ଏଟିଏମରେ ଥିବା ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇ ତାଙ୍କ ପାଖରେ ପହଂଚିବାକୁ କମିସନରେଟ ପୁଲିସ ଉଦ୍ୟମ କରୁଛି ।

ତେବେ ରାଜଧାନୀ ଭୁବନେଶ୍ୱରରେ ଗତ କିଛି ଦିନ ହେବ ଏଭଳି ଅପରାଧ ବଢିବାରେ ଲାଗିଛି । କିଛିଦିନ ତଳେ ଜଣେ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ବ୍ୟାଙ୍କ ଲୁଟ କରିଥିବା ବେଳେ ତାକୁ ଗିରଫ କରାଯାଇଥିଲା । ସେହିପରି ସାମନ୍ତରାପୁର ଅଞ୍ଚଳରେ ହତ୍ୟା ଘଟଣା ଏବେ କମିସନରେଟ ପୁଲିସ ପାଇଁ ଚିନ୍ତା ବଢାଇ ଦେଇଛି ।

 

ସମ୍ବନ୍ଧିତ ଖବର

Comments are closed.