ପୂରା ରାଜଧାନୀ ପାଇଁ ସିସିଟିଭି, ଅପରାଧୀଙ୍କୁ ଧରିବା କୌଶଳ ଶିଖିବାକୁ ପୁଲିସ ଯିବେ ଦିଲ୍ଲୀ, ହାଇଦ୍ରାବାଦ

ଭୁବ‌େନଶ୍ବର : ଏବେ ରାଜଧାନୀରେ ପ୍ରାୟ ୨୦୦ ସିସିଟିଭି ଲାଗିଛି। ଏହା କିଛି ପ୍ରମୁଖ ସ୍ଥାନରେ ଲାଗିଥିବାରୁ ପୁଲିସ ରାଜଧାନୀ ଉପରେ କିଛି ମା‌ତ୍ରାରେ ନଜର ରଖିବାରେ ସଫଳ ହୋଇଛି। ହେଲେ ପୁଲିସ ନଜରରେ ପୂରା ରାଜଧାନୀ ନାହିଁ। ପୁଲିସକୁ ଏଦିଗରେ ସହାୟତାର ହାତ ବଢ଼ାଇବ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ। ପୂରା ରାଜଧାନୀରେ ସିସିଟିଭି ଖଞ୍ଜିଦେବ। କମିସନରେଟ୍ ପୁଲିସ ଯେତେବେଳେ ଯେଉଁ ଅଞ୍ଚଳର ଫୁଟେଜ୍ ଚାହିଁବ ତୁରନ୍ତ ପାଇଯିବ। ରାଜଧାନୀର ସମସ୍ତ ବ୍ୟାବସାୟିକ ପ୍ରତିଷ୍ଠାନଗୁଡ଼ିକୁ ସିସିଟିଭି ଲଗାଇବା ବାଧ୍ୟତାମୂଳକ କରାଯିବ। ଏହିଭଳି ‌ରାଜଧାନୀର ଗଳିକନ୍ଦିର ଟିକିନିଖ୍ ସୂଚନା ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡର କଣ୍ଟ୍ରୋଲ ରୁମ୍‌ ତଥା ଭୁବନେଶ୍ବର ଅପରେସନ ସେଣ୍ଟରକୁ ଆସିବ। ଆଜି ଏନେଇ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡର ୧୫ତମ ବୋର୍ଡ ବୈଠକରେ ନିଷ୍ପତ୍ତି ହୋଇଛି।

ମାର୍ଚ୍ଚ ମାସରୁ ରାଜ୍ୟରେ ପୁଣି ଥରେ ସଂଶୋଧିତ ମୋଟର ଯାନ ଆଇନ କଡ଼ାକଡ଼ି ଭାବେ ଲାଗୁ ହେବାକୁ ଥିବାରୁ କମିସନରେଟ୍ ପୁଲିସକୁ ଆବଶ୍ୟକ ଭିତ୍ତିଭୂମି ଯୋଗାଇ ଦେବାକୁ ବିଏସ୍‌ସିଏଲ୍‌ ଯୋଜନା କରିଛି। ଆଜି ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ବିଏସ୍‌ସିଏଲ୍‌ର ବୋର୍ଡ ବୈଠକରେ ନିଷ୍ପତ୍ତି ହୋଇଛି ଯେ, ରାଜଧାନୀର ଆଉ ୮ଟି ସ୍ଥାନରେ ଟ୍ରାଫିକ ଭାଓଲେସନ୍ ଡିଟେକ୍ସନ ସିଷ୍ଟମ (ଟିଭିଡିଏସ୍‌) ଲାଗିବ ଏବଂ ସେଠାରେ ଟ୍ରାଫିକ ନିୟମ କଡ଼ାକଡ଼ି କରାଯିବ। ଏହା ମୁଖ୍ୟତଃ ଜୟ‌େଦବ ବିହାର-ନନ୍ଦନକାନନ ରୋଡ୍‌ ଏବଂ ଲୋକସେବା ମାର୍ଗରେ ରହିବ।

ସେହିପରି ରାଜଧାନୀରେ ଯେପରି ଅନ୍ୟ ସହରଗୁଡ଼ିକ ପରି ଅତ୍ୟା‌ଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଅପରାଧୀଙ୍କ ନଜର ରଖିହେବ ଏବଂ ଅପରାଧିକ କାର୍ଯ୍ୟକଳାପ ଉପରେ ନଜର ରଖାଯାଇପାରିବ ସେ ଦିଗରେ ଗୁରୁତ୍ବ ଆରୋପ କରାଯାଇଥିଲା। ଏଥିପାଇଁ କମିସନରେଟ୍ ପୁଲିସର ଅଧିକାରୀମାନେ ବିଭିନ୍ନ ପର୍ଯ୍ୟାୟରେ ଦିଲ୍ଲୀ ଓ ହାଇଦ୍ରାବାଦ ଯାଇ ସେଠାକର ବ୍ୟବସ୍ଥାକୁ ଅନୁଧ୍ୟାନ କରିବେ। ସେମାନେ ବ୍ୟବହାର କରୁଥିବା ଜ୍ଞାନକୌଶଳ ସମ୍ପର୍କରେ ପ୍ରଶିକ୍ଷଣ ‌ନେବେ ବୋଲି ଏହି ବୈଠକରେ ଯୋଗଦେଇଥିବା ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି। ଏହାସହ ଏହି ବୈଠକରେ ବିଏସ୍‌ସିଏଲ୍‌ର ଅଡିଟ୍‌ ରିପୋର୍ଟ, ବିଭିନ୍ନ ପ୍ରକଳ୍ପର ସ୍ଥିତି ଏବଂ ନୂଆ ହେବାକୁ ଥିବା ପ୍ରକଳ୍ପ ଗୁଡ଼ିକ ବିଷୟରେ ଆଲୋଚନା ହୋଇଥିଲା।

ଏହି ବୈଠକରେ ଅର୍ଥ ବିଭାଗ ପ୍ରମୁଖ ସଚିବ ଅଶୋକ କୁମାର ମୀନା, ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି.ମାଥିଭାଥନନ୍, ନଗର ଉନ୍ନୟନ ବିଭାଗ ସ୍ବତନ୍ତ୍ର ସଚିବ ପ୍ରେମ କୁମାର ଝା, ଇ‌େଲେକ୍ଟ୍ରୋନିକ୍ସ ଓ ଆଇଟି ସଚିବ ମ‌େନାଜ କୁମାର ମିଶ୍ର, ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡର ସିଇଓ ପ୍ରେମଚନ୍ଦ୍ର ଚୌଧରୀ, ବିଏସ୍‌ସିଏଲ୍‌ର ସ୍ବାଧୀନ ନିର୍ଦ୍ଦେଶକ ଶରତ କୁମାର ଆଚାର୍ଯ୍ୟ, ପ୍ରଫେସର ପଦ୍ମଜା ମିଶ୍ର, ଚାଟାର୍ଡ ଆକାଉଟାଣ୍ଟ ଶିବ ପ୍ରସାଦ ପାଢ଼ୀ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର