‘ଚାହିଁଦେଲେ ତୁମେ ଥରେ’ ସିଡି ଉନ୍ମୋଚିତ

ଭୁବନେଶ୍ବର: ‘ସୁରତରଙ୍ଗ’ ପକ୍ଷରୁ ଆଜି ନିଜସ୍ବ ଷ୍ଟୁଡିଓରେ ଶିଶୁ କଣ୍ଠଶିଳ୍ପୀ ଗାଇଥିବା ଏକ ତ୍ରିଭାଷୀ ସଂଗୀତର ସିଡି ‘ଚାହିଁଦେଲେ ତୁମେଥରେ’ ଉନ୍ମୋଚିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଅତିଥି ଭାବେ ସୁର ତରଙ୍ଗର ପ୍ରତିଷ୍ଠାତା ସଂପାଦକ ପୀୟୂଷ ମହାନ୍ତି ଓ ଶିଶୁ ସାହିତ୍ୟିକ ତଥା ଇଟିକିଲି ମିଟିକିଲିର ପ୍ରତିଷ୍ଠାତା ଶରତ ନାୟକ, ସଂଗୀତ ନିର୍ଦ୍ଦେଶକ ବିଦ୍ୟୁତ୍‌ ରୟ ଯୋଗ ଦେଇଥିଲେ।

ଏହି ତ୍ରିଭାଷୀ ସଂଗୀତଟି ଓଡ଼ିଆ, ହିନ୍ଦୀ ଓ ବଙ୍ଗଳାରେ ପ୍ରସ୍ତୁତ କରାଯାଇଛି। ଶ୍ରୀ ରୟ ସଂଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ଗୀତ ରଚନା କରିଛନ୍ତି ସୁମନ ମଣ୍ଟୁ ଓ ସୁମିତ୍‌ ଜେନା। ଏହି ଅବସରରେ ତନୁଶ୍ରୀ ଓ ଧୃତିମୟଙ୍କ କଣ୍ଠରେ ଆପୋସରା ଓଡ଼ିଆ ଚଳଚ୍ଚିତ୍ର ସଂଗୀତ ସନ୍ଧ୍ୟା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମକୁ ଜଲି ଆଚାର୍ଯ୍ୟ ପରିଚାଳନା କରିଥିଲେ। ପ୍ରିୟରଞ୍ଜନ ମହାନ୍ତି ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର