କୋର୍ଟରେ ଅଘଟଣ : ଛାତରୁ ଖସିଲା ପ୍ଲାଷ୍ଟର୍‌, ଅଳ୍ପକେ ବର୍ତ୍ତିଲେ ଓକିଲ

ଭୁବନେଶ୍ୱର : ଆଜି ଅପରାହ୍‌ଣରେ ଭୁବନେଶ୍ୱର କୋର୍ଟ ପରିସରରେ ଅଘଟଣ ଘଟିଛି। ପ୍ରଥମ ମହଲାରେ ଥିବା ଏଡିଜେ-୩ଙ୍କ କୋର୍ଟ ବାରଣ୍ଡା ଛାତରୁ ଏକ ବଡ଼ ପ୍ଲାଷ୍ଟର୍‌ ଖସି ପଡ଼ିଛି। ଏଥିରେ ତଳେ ବସି କାମ କରୁଥିବା ଓକିଲ ବିଜନ କିଶୋର ମହାପାତ୍ର ସାମାନ୍ୟ ଆହତ ହୋଇଛନ୍ତି। ଅନ୍ୟ ଓକିଲମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଛାତରେ ଲାଗିଥିବା ଏକ ଫ୍ୟାନ୍‌ ଭାଙ୍ଗି ଯାଇଛି। ଶବ୍ଦ ଶୁଣି ଓକିଲ ସଂଘ ସମ୍ପାଦକ ବିଶ୍ବରଞ୍ଜନ ମହାନ୍ତି ଘଟଣାସ୍ଥଳରେ ପହଞ୍ଚିଥିଲେ। ପ୍ଲାଷ୍ଟର ଦୁର୍ବଳ ହୋଇ ଯାଇଥିବାରୁ ଗଳି ପଡ଼ିଥିବା ଜଣା ପଡ଼ିଥିଲା। ଏ ନେଇ ସେ ହାଇକୋର୍ଟକୁ ଅବଗତ କରିଥିବା କହିଛନ୍ତି।

ସମ୍ବନ୍ଧିତ ଖବର