ଆଦିବାସୀ ପିଲାଙ୍କ ସହ ପାଳିଲେ ଶିଶୁ ଦିବସ

ଭୁବନେଶ୍ବର: ଶିଶୁ ଦିବସ ଅବସରରେ ଯାଯାବର ଟ୍ରଷ୍ଟ, ମାଷ୍ଟର ଗିରିଜା ଓ ଚଣ୍ଡୀପ୍ରସାଦ ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ଚନ୍ଦକା-ଡମପଡ଼ା ଅଭୟାରଣ୍ୟର ଢୋଲକାଠ ଗାଁର ଆଦିବାସୀ ପିଲାଙ୍କ ସହ ଶିଶୁ ଦିବସ ପାଳନ କରାଯାଇଛି। ଛୋଟ ଛୋଟ ପିଲାମାନେ ଗୀତ, ନାଚ, ଚିତ୍ରାଙ୍କନ ଓ ମ୍ୟୁଜିକ୍ ଚେୟାର ପ୍ରତିଯୋଗିତାରେ ଭାଗ ନେଇଥିଲେ।

ଶେଷରେ ସେମାନଙ୍କୁ ପାଠ୍ୟ ଉପକରଣ ଓ ଟ୍ରଫି ପ୍ରଦାନ କରାଯାଇଥିଲା। ଯାଯାବର ଟ୍ରଷ୍ଟର ସଭାପତି ମୁକେଶ ପରିଡ଼ା, ଚଣ୍ଡୀପ୍ରସାଦ ଫାଉଣ୍ଡେସନ୍ ଓ ମାଷ୍ଟର ଗିରିଜାର ଅଧ୍ୟକ୍ଷା ଅମୀୟବାଳା ପରିଡ଼ାଙ୍କ ନେତୃତ୍ବରେ ଯାଯାବର ଟ୍ରଷ୍ଟର ଉପସଭାପତି ରାମଜୀବନ ଗୋଚ୍ଛାୟତ, ମନୋରଞ୍ଜନ ମହାନ୍ତି, ସ୍ମୃତିରଞ୍ଜନ ବିଶ୍ବାଳ, ସତ୍ୟଜିତ ରାଉତ, ଅନିଲକାନ୍ତ ଦାସ, ସମ୍ବିତ୍ ବେହେରା, ପ୍ରିୟଦର୍ଶିନୀ ସାହୁ, ନଳିନୀ ରାଉତ, ସ୍ବୟଂସଂପୂର୍ଣ୍ଣା କର, ସୁମନ୍ତ ବେହେରା ଓ ଦେବସ୍ମିତା ଦାସଙ୍କ ସହ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଢୋଲକାଠ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ନାୟକ ଓ ସହକାରୀ ଶିକ୍ଷକ ସନ୍ତୋଷ କୁମାର ସାହୁ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର