ହିରୋ ଗୁଡ୍‌ଲାଇଫ୍ ଲୟାଲ୍‌ଟି ପ୍ରୋଗ୍ରାମ୍‌ର ୨୧ତମ ବର୍ଷ ପାଳନ

ଭୁବନେଶ୍ବର: କଟକର ଶିଖରପୁରରେ ଥିବା ହିରୋ ମୋଟୋକର୍ପର ଡିଲର୍‌ସିପ୍ ଏସେନ୍ ହିରୋ ପକ୍ଷରୁ ଗୁଡ୍‌ଲାଇଫ୍‌ ଲୟାଲ୍‌ଟି ପ୍ରୋଗ୍ରାମ୍‌ର ୨୧ତମ ବର୍ଷ ପାଳନ କରାଯାଇଛି। ଏହି ଅବସର ୨୧ ଜଣ ମହିଳା ଗ୍ରାହକଙ୍କୁ ନେଇ ଏକ ସ୍କୁଟର ରୢାଲି ଆୟୋଜନ କରାଯାଇଥିଲା। ଡିଲର୍‌ସିପ୍‌ରୁ ରୢାଲି ଆରମ୍ଭ ହୋଇ ବାରବାଟି ଷ୍ଟାଡିୟମ୍, ବାଲିଯାତ୍ରା ପଡ଼ିଆ, ଡିୟର ପାର୍କ, ସିଲ୍‌ଭର ସିଟି ବୋଟ୍ କ୍ଲବ୍ ଆଦି ଅତିକ୍ରମ କରିଥିଲା।

ହିରୋର ଏରିଆ ମ୍ୟାନେଜର ହର୍ଷ ବର୍ଦ୍ଧନ, ଏରିଆ ସେଲ୍‌ସ ମ୍ୟାନେଜର ମୋହିତ ଭଗତ, ଟେରିଟୋରି ସେଲ୍‌ସ ମ୍ୟାନେଜର ତନ୍ମୟ ଦେ, ଏସେନ୍ ହିରୋର ହେମନ୍ତ ଥକର୍, ପ୍ରଦୀପ ଥକର ଓ ସୌରଭ ଥକରଙ୍କ ଉପସ୍ଥିତିରେ ଏହି ରୢାଲିକୁ ପତାକା ଦେଖାଇ ଶୁଭାରମ୍ଭ କରାଯାଇଛି।

ସମ୍ବନ୍ଧିତ ଖବର