ନୂଆପଲ୍ଲୀରୁ ଶ୍ମଶାନ ଓ ଖେଳପଡ଼ିଆ ଉଚ୍ଛେଦ ଘଟଣା: ବିଧାୟକଙ୍କ ନେତୃତ୍ବରେ ଆରମ୍ଭ ହେଲା ଆଲୋଚନା

ଭୁବନେଶ୍ବର: ନୂଆପଲ୍ଲୀ ୟୁରେକା ଛକ ନିକଟରେ ଥିବା ଶ୍ମଶାନ ଓ ଶବର ସାହି ଖେଳ ପଡ଼ିଆକୁ ଉଚ୍ଛେଦ କରି କଳିଙ୍ଗ ଷ୍ଟାଡିୟମ୍‌ରେ ମିଶାଇବା ଘଟଣା ନୂଆ ମୋଡ଼ ନେଇଛି। ପ୍ରଥମେ ସ୍ଥାନୀୟ ଲୋକଙ୍କ ବିରୋଧ ସାଙ୍ଗକୁ ବିଜେପି ନେତା ଜଗନ୍ନାଥ ପ୍ରଧାନ ଓ କର୍ମୀ ଏହାକୁ ବିରୋଧ କରିଥିଲେ। ଆଉ ଆଜି ଭୁବନେଶ୍ବର (ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନା ନୂଆପଲ୍ଲୀର ବେହେରା ସାହି, ଭୋଇ ସାହି, ମୁଣ୍ଡା ସାହି ଓ ଶବର ସାହିର ୨୦ରୁ ଅଧିକ ପୁରୁଷ ଓ ମହିଳାଙ୍କ ସହ ଏନେଇ ଆଲୋଚନା କରିଛନ୍ତି।

ଅତିରିକ୍ତ ଡିସିପି ପ୍ରାଣକୃଷ୍ଣ ରାଉତଙ୍କ ଉପସ୍ଥିତ ଥିବା ବେଳେ ଲୋକେ ସେମାନଙ୍କ ଅଭିଯୋଗ ବିଧାୟକ ଓ ଅତିରିକ୍ତ ଡିସିପିଙ୍କୁ ଜଣାଇଥିଲେ। କେବଳ ମୌଖିକ ଭାବେ ଆଜି ଏହି ଆଲୋଚନା ହୋଇଥିବା ବେଳେ ଯଦି ଘଟଣାର କିଛି ନିର୍ଯାସ ନ ବାହାରେ ତେବେ ଲିଖିତ ଆକାରରେ ପୁଣି ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଶ୍ମଶାନ ଓ ଖେଳ ପଡ଼ିଆ ଉଚ୍ଛେଦ ନ କରିବାକୁ ନିବେଦନ କରାଯିବ ବୋଲି ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ପୂର୍ବତନ କର୍ପୋରେଟର ନବକିଶୋର ବେହେରାଙ୍କ ସମେତ ଅର୍ଜୁନ ବେହେରା, ପ୍ରଦୀପ କୁମାର ଦାସ, ମାନସ ଭୋଇ, ମନୋରଂଜନ ମହାନ୍ତି, କୃଷ୍ଣଚନ୍ଦ୍ର ପୃଷ୍ଟି, ମୌଜି ବେହେରା, ଶଙ୍କର ନାଏକ, ମହେନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର