ଭୁବନେଶ୍ୱର: ଗଣମାଧ୍ୟମ ଏବେ ଆଉ ସମାଜର ଜାଗ୍ରତ ପ୍ରହରୀ ହୋଇ ରହି ନାହିଁ କି ଚତୁର୍ଥ ସ୍ତମ୍ଭ ଭାବେ ନିଜର ଗାରିମା ବଜାୟ ରଖି ପାରି ନାହିଁ। କର୍ପୋରେଟ୍ ସଂସ୍ଥାମାନଙ୍କ ନିୟନ୍ତ୍ରଣାଧୀନ ଗଣମାଧ୍ୟମ ଏବେ ‘ଅଦୃଶ୍ୟ ସରକାର’ ସୃଷ୍ଟି କରିଛନ୍ତି ବୋଲି ବିଶିଷ୍ଟ ସାମ୍ବାଦିକା ସୀମା ମୁସ୍ତାଫା କହିଛନ୍ତି। ‘ସେଣ୍ଟର ଫର୍ ଏସିଆନ୍ ଷ୍ଟଡିଜ୍’ ପକ୍ଷରୁ ଜାତୀୟ ଅଭିଲେଖାଗାର ପରିସରରେ ଆୟୋଜିତ ସ୍ମାରକୀ ବକ୍ତତା କାର୍ଯ୍ୟକ୍ରମରେ ଯୋଗଦେଇ ସାମ୍ବାଦିକା ମୁସ୍ତାଫା ଗଣମାଧ୍ୟମର ନୈତିକ-ସ୍ଖଳନ ନେଇ ଉଦ୍ବେଗ ପ୍ରକାଶ କରିଥିଲେ। ବର୍ତ୍ତମାନ ଗଣମାଧ୍ୟମ ବ୍ୟାବସାୟୀକରଣ ହୋଇଯାଇଛି ବୋଲି ସେ କହିଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ଅନୁଷ୍ଠାନର ସଭାପତି ପ୍ରଫେସର ଡ. ଯତୀନ୍ଦ୍ର କୁମାର ନାୟକ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ନିର୍ଦ୍ଦେଶକ ଡ. ସଂଗ୍ରାମ ଜେନା ଅନୁଷ୍ଠାନର ବିବରଣୀ ପାଠ କରିଥିଲେ। ଅନ୍ୟତମ ଅତିଥି ଭାବେ ଅନୁଷ୍ଠାନର ପରାମର୍ଶଦାତା ଜିତେନ୍ଦ୍ର ମିଶ୍ର ଯୋଗ ଦେଇଥିଲେ। ଅନୁଷ୍ଠାନର ମୁଖପତ୍ର ‘ମାର୍ଗ ଏସିଆ’ର ସଦ୍ୟତମ ସଂସ୍କରଣ ଉନ୍ମୋଚିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ କବି ରମାକାନ୍ତ ରଥ, ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆ, ସଂଜୀବ ହୋତା, ସୁନୀଲ ମିଶ୍ର, ବିଶ୍ୱଜିତ ମହାନ୍ତି, ଅଭିରାମ ବିଶ୍ୱାଳ, ପ୍ରୀତିଶ ଆଚାର୍ଯ୍ୟ, ନିବେଦିତା ମହାନ୍ତି, ଅନୀଲ ଧୀର, ଜାତୀୟ ଅଭିଲେଖାଗାରର ଭାରପ୍ରାପ୍ତ ନିର୍ଦ୍ଦେଶକ ଲଲାଟେନ୍ଦୁ ଦାସମହାପାତ୍ର, ମନୁ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।
ଗଣମାଧ୍ୟମ ଏବେ ଜାଗ୍ରତ ପ୍ରହରୀ ହୋଇ ରହିନାହିଁ: ସୀମା ମୁସ୍ତାଫା
‘ସେଣ୍ଟର ଫର୍ ଏସିଆନ୍ ଷ୍ଟଡିଜ୍’ ପକ୍ଷରୁ ସ୍ମାରକୀ ବକ୍ତତା
/sambad/media/post_attachments/wp-content/uploads/2018/08/m19-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)