ଖୋଲିବ ୧୨ଟି ସେଣ୍ଟର ଅଫ୍‌ ଏକ୍ସଲେନ୍ସ

ଭୁବନେଶ୍ବର : ଉତ୍କଳ ବିଶ୍ବବିଦ୍ୟାଳୟରେ ପ୍ରତିଷ୍ଠା ହେବ ୧୨ଟି ସେଣ୍ଟର ଅଫ୍‌ ଏକ୍ସଲେନ୍ସ। ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ (ରୁଷା-୨)ରୁ ମିଳିବାକୁ ଥିବା ଶହେ କୋଟି ଟଙ୍କାରେ ଭିତ୍ତିଭୂମିର ବିକାଶ ସହ ୮ଟି ସେଣ୍ଟର ଅଫ୍‌ ଏକ୍ସଲେନ୍ସ ପ୍ରତିଷ୍ଠା କରାଯିବ। ୧୦ କୋଟି ଟଙ୍କା ବ୍ୟୟରେ ଫିଜିକ୍ସ ବିଷୟ ଉପରେ ଏକ ‌ଏକ୍ସଲେନ୍ସ ସେଣ୍ଟର୍‌ ହେବାକୁ ଥିବା ବେଳେ ଆଡଭାନ୍ସ ମାଟେରିଆଲ୍‌ ରିସର୍ଚ୍ଚ, ‌ସେଣ୍ଟର ଫର ପବ୍ଲିକ ପଲିସି, ଏନଭିରୋନ୍‌ମେଣ୍ଟ୍‌ ଆଣ୍ଡ କ୍ଲାଇମେଟ୍‌ ଚେଞ୍ଜ, ଷ୍ଟଡି ଅଫ୍‌ ଇନ୍‌ଫରମେସନ ଲେବର, ଗ୍ଲୋବାଲ୍‌ ସେଣ୍ଟର ଫର୍‌ ରୁରାଲ ଷ୍ଟଡି, ସେଣ୍ଟର୍‌ ଫର ଲାଙ୍ଗୁଏଜ୍‌, ସେଣ୍ଟର ଫର୍‌ କଲଚର ଆଣ୍ଡ ହେରିଟେଜ୍‌, ସେଣ୍ଟର ଫର୍‌ ନର୍ଥ ଇଷ୍ଟ ଇଣ୍ଡିଆ ଷ୍ଟଡିଜ୍‌ ‌ଖୋଲିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ଶହେ କୋଟି ମଧ୍ୟରୁ ୩୦ କୋଟିରେ କ୍ୟାମ୍ପସର ଭିତ୍ତିଭୂମି ଓ ୭୦ କୋଟିରେ ଗୁଣାତ୍ମକ ଶିକ୍ଷାର ବିକାଶ କରାଯିବ। ସେହିପରି ୨୦୧୭ରୁ ୨୦୨୨ ମଧ୍ୟରେ ବିଶ୍ବବ୍ୟାଙ୍କରୁ ମିଳିବାକୁ ଥିବା ୩୮ କୋଟି ଟଙ୍କାରେ ୪ଟି ସେଣ୍ଟର ଅଫ୍‌ ଏକ୍ସଲେନ୍ସ (ସେଣ୍ଟର ଫର୍‌ ଇଣ୍ଟିଗ୍ରେଟେଡ୍‌ ଓମିକ୍ସ ଆଣ୍ଡ୍‌ କମ୍ପ୍ୟୁଟେସନାଲ ବାୟୋଲୋଜି, ଷ୍ଟଡି ଅଫ୍‌ ଟ୍ରାଇବ୍‌, ହ୍ୟୁମାନ କ୍ୟାପିଟାଲ ଡେଭ୍‌ଲପ୍‌ମେଣ୍ଟ ଓ ଇଣ୍ଟରନ୍ୟାସନାଲ ସେଲ୍‌) ଖୋଲିବ ବୋଲି ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ସମ୍ବନ୍ଧିତ ଖବର