ସେଣ୍ଟ୍ରାଲ ବ୍ୟାଙ୍କ ଅବସରପ୍ରାପ୍ତ ଅଧିକାରୀ ସଂଘର ବାର୍ଷିକ ବୈଠକ

ଭୁବନେଶ୍ବର: ସେଣ୍ଟ୍ରାଲ ବ୍ୟାଙ୍କ ଅବସରପ୍ରାପ୍ତ ଅଧିକାରୀ ସଂଘର ବାର୍ଷିକ ଉତ୍ସବ ବିଜୟ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ୟୁନିୟନ ବ୍ୟାଙ୍କର ପୂର୍ବତନ ଇଡି ବିରୁପାକ୍ଷ ମିଶ୍ର, ସେଣ୍ଟ୍ରାଲ ବ୍ୟାଙ୍କର ପୂର୍ବତନ ଜିଏମ୍ ଦେବଦତ୍ତ ନାୟକ, ବ୍ୟାଙ୍କର ଭୁବନେଶ୍ବର କ୍ଷେତ୍ରୀୟ ପରିଚାଳକ ଅନାଦି ବିଶ୍ବାସ, ଅଧିକାରୀ ସଂଘର ସାଧାରଣ ସମ୍ପାଦକ ସୌମେନ୍ଦ୍ର କୁମାର ସାହୁ ଉପସ୍ଥିତ ଥିଲେ।

ସଂଘର ସାଧାରଣ ସମ୍ପାଦକ ଦାମୋଦର ନନ୍ଦ ପେନ୍‌ସନଭୋଗୀମାନଙ୍କ ବିଭିନ୍ନ ଅସୁବିଧା ବିଷୟରେ ଆଲୋଚନା କରିଥିଲେ। ଏହି ଅବସରରେ ସଂଘର ଯୁଗ୍ମ ସାଧାରଣ ସମ୍ପାଦକ ମୁରଲୀଧର ପତି ଓ ବିଭିନ୍ନ ବୀମା କଂପାନିର ପ୍ରତିନିଧି ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର