ଭୁବନେଶ୍ୱର: କେନ୍ଦ୍ର ସଂସଦୀୟ ବ୍ୟାପାର, କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଆଜି ନାଲ୍କୋ ଭବନ ଗସ୍ତ କରିଥିଲେ। ବାତ୍ୟା ଫନି ପରେ ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନି ଲିମିଟେଡ୍ (ନାଲ୍କୋ) ପକ୍ଷରୁ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟ ହାତକୁ ନିଆଯାଇଛି। ଏହି ଗସ୍ତ ଅବସରରେ କେନ୍ଦ୍ର ଖଣି ମନ୍ତ୍ରୀ ଯୋଶୀ ନାଲ୍କୋ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଏକ ରୁଦ୍ରାକ୍ଷ ଚାରାରୋପଣ କରିଥିଲେ। ନାଲ୍କୋର ପ୍ରଶଂସା କରିବା ସହ ସେ କମ୍ପାନିର କର୍ମଚାରୀଙ୍କ ନିଷ୍ଠା ଓ କଠିନ ପରିଶ୍ରମ ପାଇଁ ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ଭବିଷ୍ୟତରେ କମ୍ପାନିର ବଳିଷ୍ଠ ପ୍ରଦର୍ଶନ ପାଇଁ ଉତ୍ସାହିତ କରିଥିଲେ।
କେନ୍ଦ୍ର ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ନାଲ୍କୋ ଗସ୍ତ
/sambad/media/post_attachments/wp-content/uploads/2019/11/dfg56da4fg98da7fg98da4f65da4f56da4f65da4f65da4f65ad4f65da4fdaf.jpg)